ମୋଦି ଷ୍ଟାଡିୟମରେ ଚିତପଟାଙ୍ଗ ପାକିସ୍ତାନ

0

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧୂଳି ଚାଟିଛି ପାକିସ୍ତାନ। ବିଶ୍ୱକପରେ ପାକିସ୍ତାନରେ ମୁଣ୍ଡରେ ଲାଗିଥିବା କଳଙ୍କ ୮-୦ ବି ହୋଇଯାଇଛି। ପୂର୍ବରୁ ବିଶ୍ୱକପରେ ଭାରତ ୭ ଥର ପାକିସ୍ତାନ ଠାରୁ ଜିତିଥିଲା। ଆଜିର ବିଜୟ ପରେ ଏହି ସଂଖ୍ୟା ୮-୦ ହୋଇ ଯାଇଛି।

ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମରେ ଭାରତୀୟ ବୋଲରଙ୍କ ପରାକ୍ରମ ପରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି। ବିଶ୍ୱକପର ଏହି ମହାମୁକାବିଲାରେ ଆରମ୍ଭରୁ ଶେଷ ଯାଏ କେବଳ ଭାରତୀୟ ବ୍ୟାଟର ଓ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି।

ବ୍ୟାଟିଂରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ବୋଲିଂରେ ମଧ୍ୟ ବିଶେଷ କିଛି କରି କରିପାରିନାହିଁ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୃଷ୍ଟି ହୋଇଥିବା ଦର୍ଶକଙ୍କ ନୀଳ ସମୁଦ୍ର ଭିତରେ ରୋହିତ ଆଣ୍ଡ କୋ ତ୍ରିରଙ୍ଗା ଉଡ଼ାଇଛନ୍ତି।

ସାରା ବିଶ୍ୱର ନଜର ଏହି ମ୍ୟାଚ ଉପରେ ଥିବା ବେଳେ ଷ୍ଟାଡିୟମରେ ୧.୨ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିଲେ। ସମସ୍ତଙ୍କ ସାମ୍ନାରେ ଭାରତ ବିଜୟ ହାସଲ କରିଛି। ଚଳିତ ବିଶ୍ୱକପରେ ଏହା ଭାରତର ହ୍ୟାଟ୍ରିକ ବିଜୟ। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ମଧ୍ୟ ପହଞ୍ଚି ଯାଇଛି।

Leave A Reply

Your email address will not be published.