ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

0

ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂତନ ଅବକାରୀ ଶୁଳ୍କର ପ୍ରଭାବକୁ ଭରଣା କରିବା ପାଇଁ କମ୍ପାନୀ ଏହି ପଦକ୍ଷେପ ନେଇଛି। ବିଭିନ୍ନ ବ୍ରାଣ୍ଡ୍ ଅନୁଯାୟୀ ମୂଲ୍ୟରେ ୧୯% ରୁ ୪୧% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ନୂତନ ଦର ଅନୁଯାୟୀ, ଗୋଲ୍ଡ ଫ୍ଲେକ୍ ଏବଂ କ୍ଲାସିକ୍ ର ୧୦ଟି ସିଗାରେଟ୍ ବିଶିଷ୍ଟ ପ୍ୟାକେଟ୍ ମୂଲ୍ୟ ୧୭୦ ଟଙ୍କାରୁ ବୃଦ୍ଧି ପାଇ ୨୪୦ ଟଙ୍କା ହୋଇଥିବା ବେଳେ କ୍ଲାସିକ୍ ରେଗୁଲାର୍‌ର ୨୦ଟିଆ ପ୍ୟାକେଟ୍ ମୂଲ୍ୟ ଏବେ ୪୮୦ ଟଙ୍କାରେ ପହଞ୍ଚିଛି। ସେହିପରି କ୍ଲାସିକ୍ କନେକ୍ଟର ମୂଲ୍ୟ ୩୦୦ ଟଙ୍କାରୁ ୩୬୦ ଟଙ୍କା ଏବଂ ଗୋଲ୍ଡ ଫ୍ଲେକ୍ ସୁପରଷ୍ଟାର୍‌ର ମୂଲ୍ୟ ୫୯ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି।

ଫେବୃଆରୀ ୧ ରୁ ସିଗାରେଟ୍ ଉପରେ GST ହାର ୪୦% କୁ ବୃଦ୍ଧି କରାଯାଇଥିବା ବେଳେ ଏହା ସହ ସିଗାରେଟ୍‌ର ଲମ୍ବ ଅନୁଯାୟୀ ଅତିରିକ୍ତ ଶୁଳ୍କ ମଧ୍ୟ ଧାର୍ଯ୍ୟ କରାଯାଇଛି, ଯେଉଁଥିପାଇଁ ସିଗାରେଟ୍ ଟାଣିବା ଏବେ ପୂର୍ବ ଅପେକ୍ଷା ଅଧିକ ବ୍ୟୟବହୁଳ ହୋଇଛି।

Leave A Reply

Your email address will not be published.