ନିଜ କମ୍ପାନୀର ସିଇଓଙ୍କୁ ମିଳିଲା ନାହିଁ ଯାତ୍ରା କରିବା ପାଇଁ ବିମାନ

0

ନୂଆଦିଲ୍ଲୀ: ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏୟାର ଏସିଆ ସିଇଓଙ୍କୁ ଯାତ୍ରା ପାଇଁ ନିଜ କମ୍ପାନୀର ବିମାନ ମିଳିଲା ନାହିଁ। ଯାହା ଯୋଗୁଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା। ଏୟାର ଏସିଆ ସିଇଓ ଟେନେି ଫେର୍ଣ୍ଣାଣ୍ଡିଜ ନିଜ ସହ ଘଟିଥିବା ଏହି ଘଟଣାକୁ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଟୋନି କହିଛନ୍ତି, ଯାତ୍ରା ପାଇଁ ଏୟାର ଏସିଆ ବୁକ୍‌ କରିବାକୁ ଚାହୁଁଥିଲେ। ହେଲେ ଲଗାତାର ୩ଥର ଚେଷ୍ଟା ସତ୍ତ୍ୱେ ବୁକିଂ କ୍ୟାନସଲ ହୋଇ ଯାଉଥିଲା। ଏହା ପରେ ସେ ସିଙ୍ଗାପୁର ଏୟାରଲାଇନ୍ସର ବିକଳ୍ପ ବାଛିଥିଲେ। ଯେଉଁଥିରେ ସେ ଇକୋନୋମି କ୍ଲାସରେ ଯାତ୍ରା କରିଥିଲେ।

Leave A Reply

Your email address will not be published.