ଭୁବନେଶ୍ୱର(ଆମ ଟିଭି): କ୍ଲାସିକ ଲିଜେଣ୍ଟ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ପଳାଶୁଣୀ, ସପ୍ତସତୀ ମନ୍ଦିର ନିକଟରେ ନୂଆ ଡିଲରଶିପ ମୁରଲି ଆଣ୍ଡ ସନ୍ସ ଅଟୋମୋଟିଭର ଶୁଭାରମ୍ଭ ହୋଇଛି । କ୍ଲାସିକ ଲିଜେଣ୍ଟ୍ର ଏଏସ୍ଏମ୍ ମନୋରଞ୍ଜନ ପଟ୍ଟନାୟକ, ମ୍ୟାନେଜିଂ ପାର୍ଟନର ସଞ୍ଜୀବ ଅଗ୍ରୱାଲ, ରାକେଶ ଅଗ୍ରୱାଲ ଏବଂ ଲକ୍ଷ୍ମୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଏହାର ଉଦ୍ଘାଟନ କରିଥିଲେ।
ଏହି ସ୍ପାମ୍ପଲରେ ରହିଛି ଯାନଗୁ ଡି କରେ ଗ୍ରାହକ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ରେଟ୍ରୋ ଷ୍ଟାଇଲ ଲାଭ କରିପାରିବେ । ଏହାବାଦ ନୂଆ ପିଢ଼ିର ୟେଜଦୀ ମୋଟର ସାଇକେଲ ଗୁଡିକରେ ଲିକ୍ୟୁଇଡ କୁଲ, ଫୁଏଲ ଇଞ୍ଜେକ୍ଟେଡ, ଡିଓଏସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। ଆଞ୍ଚର ରେଞ୍ଜଗୁଡିକ ୨.୧୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ସେହିଭଳି ସ୍କାମ୍ପଲର ରେଞ୍ଜ ୨.୧୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ । ରୋଡଷ୍ଟର ରେଞ୍ଜ ଯାନଗୁଡିକ ୨.୦୪ ଲକ୍ଷ ଟଙ୍କାରୁ ଆରମ୍ଭ। ଗ୍ରାହକ ସେମାନଙ୍କ ପ୍ରିୟ ୟେଜଦୀ ମଡେଲଗୁଡିକ କେବଳ ୫ ହଜାର ଟଙ୍କା ପୈଠ କରି ୟେଜଦୀ ଡଟ୍ କମ୍ ୱେବସାଇଟ୍ରେ ଅନ୍ଲାଇନ ବୁକିଂ କରି ପାରିବେ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।
ଜାଓ୍ବା ମୋଟରସାଇକେଲଗୁଡିକର ବର୍ଦ୍ଧିତ ଚାହିଦାକୁ ନଜରରେ ରଖି କମ୍ପାନି ଏବେ ସାରା ଦେଶରେ ନିଜର ଡିଲରଶିପ ସଂଖ୍ୟା ବୃଦ୍ଧି କରୁଛି। ନୂଆ ସୋ’ରୁମରେ ଗ୍ରାହକ ଉଭୟ ଜାଓ୍ବା ଏବଂ ୟେଜଦୀ ମୋଟରସାଇକେଲ ଲାଭ କରିପାରିବେ । ଏଥିଲାଗି କମ୍ପାନି ରେକର୍ଡ ୧୦୦ ଦିନରେ ୧୦୦ ଡିଲରଶିପ ଆରମ୍ଭ କରିଛି। ଏହା ଦେଶର କୌଣସି ଅଟୋମୋବାଇଲ ସାରା ଦେଶରେ ଉପସ୍ଥିତି ବଢ଼ାଇବା ନିର୍ମାତା ପାଇଁ ଏକ ରେକର୍ଡ । ଏବେ ଜାୱାର ବିଭିନ୍ନ ମଡେଲ ମଧ୍ୟରେ ଜାୱା, ଜାଓ୍ବା ୪୨, ସ୍ପୋର୍ଟସ, ୪୨ ବବର ଏବଂ ଜାଓ୍ବା ପେରକ ରହିଛି। ସେହିଭଳି ୟେଜଦି ବ୍ରାଣ୍ଡରେ ଆଡଭେଞ୍ଚର, ରୋଡଷ୍ଟର ମଧ୍ୟ ଉପଲବ୍ଧ ।