ନୂଆଦିଲ୍ଲୀ (ଆମ ଟିଭି): ଏନକାଉଣ୍ଟରରେ ଦୁଇ ହାର୍ଡକୋର ନକ୍ସଲ ନିପାତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ାର ନାହାଡି ଜଙ୍ଗଲରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୨ ଜଣ ହାର୍ଡକୋର ନକ୍ସଲ ନିହତ ହୋଇଛନ୍ତି। ନକ୍ସଲ କ୍ୟାମ୍ପରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ନାହାଡି ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ସେହି ଅଞ୍ଚଳରେ କୁମ୍ବିଂ ଅପରେସନ କରିଥିଲେ।
ଏହି ସମୟରେ ନକ୍ସଲ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଗୁଳିବିନିମୟ ଜାରି ରହିଥିଲା। ପରେ ପୁଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଥିଲେ। ଅନ୍ୟ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏବେ ବି ପୁଲିସ ପୁଲିସ ସେହି ଅଞ୍ଚଳର କୁମ୍ବିଂ ଅପରେସନ ଜାରି ରଖିଛି।