ଜଳବାୟୁର ପରିବର୍ତ୍ତନ ସାଙ୍ଘାତିକ ହେବ ସ୍ଥିତି

0

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ପୃଥିବୀ ଉପରେ ପଡ଼ିବାରେ ଲାଗିଲାଣି। ୧୯୦୦ ମସିହା ପରଠାରୁ ପୃଥିବୀର ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ବଢ଼ିଲାଣି। ଏହା ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ନାସାରେ ଥିବା ବୈଜ୍ଞାନିମାନେ ବର୍ତ୍ତମାନ ସ୍ଥିତିକୁ ତର୍ଜମା କରି ପୃଥିବୀ କେମିତି ତାର ଶୀତତଳା ହରାଉଛି ଓ ଗରମ ହୋଇ ଚାଲୁଛି, ତା’ର ତଥ୍ୟ ଦେଇଛନ୍ତି।

ଗୋଟିଏ ନୂଆ ତଥ୍ୟ ଜାରି କରି ପୃଥିବୀ କେମିତି ଦୁଇ ଶତାବ୍ଦୀ ଧରି ଜଳବାୟୁ ପରିବର୍ତ୍ତନ ଯୋଗୁ ଗରମ ହୋଇ ଚାଲିଛି, ସେକଥା କହିଛନ୍ତି। ଏହି ଉତ୍ତାପ ବିଂଶ ଶିତାବ୍ଦୀର ଶେଷ ଭାଗରେ କେମିତି ଦ୍ରୁତଗତିରେ ବୃଦ୍ଧି ପାଇଥିଲା,ସେକଥା ମଧ୍ୟ ଦର୍ଶାଇଛନ୍ତି। ଏକବିଂଶ ଶତାବ୍ଦୀରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ୨୦୨୨କୁ ନାସା ୫ମ ସର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ଘୋଷଣା କରିଛି।

ବିଶ୍ୱର ହାରାହାରି ତାପମାତ୍ରାକୁ ହ୍ରାସ କରୁଥିବା ଲା ନିନାର ଉପସ୍ଥିତି ସତ୍ତ୍ୱେ ଉତ୍ତାପ ଉପରେ କୌଣସି ପ୍ରଭାବ ପଡ଼ିନି। ଆମେରିକା ନ୍ୟାଶନାଲ ଓସେନିକ ଓ ଆଟମୋସ୍ପିୟରିକ ଆଡମିନଷ୍ଟ୍ରେନ କହିଛି ଯେ ୨୦୨୨ରେ ବିଶ୍ୱର ହାରାହାରି ତାପମାତ୍ରା ୧୪.୭୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଉତ୍ତପ୍ତ ତାଲିକାର ଏହା ୬ଷ୍ଠ ସର୍ବାଧିକ।

ଗୋଟିଏ ସଂସ୍ଥା କହିଛି ଯେ ୨୦୨୨ ହେଉଛି ୫ମ ସର୍ବାଧିକ ଉତ୍ତପ୍ତ ବର୍ଷ। ୨୮ଟି ଦେଶରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏହି ଦେଶ ଗୁଡ଼ିକ ମଧ୍ୟରେ ଚାଇନା, ବ୍ରିଟେନ, ସ୍ପେନ, ଫ୍ରାନ୍ସ, ଜର୍ମାନୀ ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି। ଦୀର୍ଘ ୯ ବର୍ଷ ହେଲାଣି ବିଶ୍ୱର ତାପମାତ୍ରା ଏପରି ବଢ଼ି ଚାଲିଛି। ଏପରି କି ୨୦୨୨ ସୁଦ୍ଧା ବିଶ୍ୱର ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ବଢ଼ି ଯାଇଛି।

Leave A Reply

Your email address will not be published.