ସମୀର ୱାଙ୍ଖଡେଙ୍କୁ କ୍ଲିନଚିଟ୍

0

ନୂଆଦିଲ୍ଲୀ (ଆମ ଟିଭି): ସମୀର ୱାଙ୍ଖଡେଙ୍କୁ କ୍ଲିନ୍ ଚିଟ୍ । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ପୂର୍ବ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଜାତିଗତ ଜାଲିଆତି ମାମଲାରେ କ୍ଲିନ ଚିଟ୍ ଦେଇଛି । କୋର୍ଟରେ କାଷ୍ଟ ସ୍କୁଟିନ କମିଟି ଜମା କରିଥିବା ୯୧ ଫର୍ଦ୍ଦର ଦଲିଲକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ସମୀର ୱାଙ୍ଖଡେ ଜନ୍ମରୁ ମୁସଲମାନ ।

ଯାଂଚ କମିଟି କୋର୍ଟରେ ଦାଖଲ କରିଥିବା ଦଲିଲରେ କୁହାଯାଇଥିଲା କି ସମୀର ୱାଙ୍ଖଡେ ଓ ତାଙ୍କ ପିତା ଜ୍ଞାନେଶ୍ୱର ୱାଙ୍ଖଡେ ହିନ୍ଦୁ ଧର୍ମ ତ୍ୟାଗ କରି ନାହାଁନ୍ତି କି ମୁସଲିମ ଧର୍ମ ଗ୍ରହଣ କରିନାହାଁନ୍ତି । ଯାଂଚ କମିଟି ଆହୁରି କହିଥିଲା କି, ସମୀର ୱାଙ୍ଖଡେ ଓ ତାଙ୍କର ପିତା ମହାର-୩୭ ଅନୁସୂଚିତ ଜାତିର, ଯାହାକୁ କି ହିନ୍ଦୁ ଧର୍ମର ମାନ୍ୟତା ମିଳିଛି ।

ସେପଟେ ଯାଂଚ କରୁଥିବା କମିଟି ସ୍ପଷ୍ଟ କରିଛି କି, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକ, ମନୋଜ ସଂସାରେ, ଅଶୋକ କାମ୍ବଲେ ଓ ସଂଜୟ କାମ୍ବଲେ ସମୀର ୱାଙ୍ଖଡେଙ୍କ ନାମରେ ଯେଉଁ ଜାତିଗତ ଜାଲିଆତି ଅଭିଯୋଗ ଆଣିଥିଲେ ତାହାକୁ ସେ ପ୍ରମାଣ କରିପାରି ନାହାଁନ୍ତି ।

 

Leave A Reply

Your email address will not be published.