କଟକରେ ହୁତୁ ହୁତୁ ହୋଇ ଜଳୁଛି ଲୁଗା ଦୋକାନ

0

କଟକ (ଆମ ଟିଭି): କଟକରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ । କଟକ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ । ବିଲ୍ଡିଂର ୩ଟି ମହଲାରେ ନିଆଁ ଲାଗିଛି । ତଳ ମହଲାରୁ ଉପର ମହଲାକୁ ଏହି ନିଆଁ ବ୍ୟାପିବାରେ ଲାଗିଛି । ୩ଘଣ୍ଟା ପରେ ବି ନିଆଁ ଆୟତ୍ତ ହୋଇପାରୁନି ।

ପ୍ରବଳ ଧୂଆଁ ଯୋଗୁଁ ଦମକଳ ବାହିନୀ ନାକେଦମ୍ । ନିଆଁରେ କୋଟିଏରୁ ଅଧିକ ଟଙ୍କାର ଲୁଗା ଜଳିଗଲାଣି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.