ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ କାଳବୈଶାଖୀ ବର୍ଷା ଜାରି

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଜାରି ରହିଛି କାଳବୈଶାଖୀ ପ୍ରଭାବ । ରାଜଧାନୀରେ ସକାଳୁ ସକାଳୁ କୋହଲା ପାଗ ସହ ଝିପଝିପ ବର୍ଷା ଲାଗି ରହିଛି । ଆଉ ୪ ଦିନ କାଳବୈଶାଖୀ ବର୍ଷା ଜାରି ରହିବ । ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ପାଇଁ ଚେତାବନୀ ଦିଆଯାଇଛି ।

ଆଜି ପାଇଁ ମୟୂରଭଞ୍ଜ,କେନ୍ଦୁଝର ,ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଗଜପତି,ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏହି ୧୦ ଜିଲ୍ଲାରେ ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିପାରେ ।

ସେହିପରି ଆସନ୍ତକାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ରାଜ୍ୟରେ ୭ ଦିନ ଯାଏ ସର୍ବୋଚ୍ଚ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ସେପଟେ ୨ରୁ ୩ ଦିନ ଭିତରେ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। କେରଳ ଛୁଇଁବା ପରେ ମୈସୁମୀ ସକ୍ରିୟ ରହିଲେ ଓଡ଼ିଶା ଆଗମନ ନେଇ ବାଟ ଫିଟିବ।

Leave A Reply

Your email address will not be published.