ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ, ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଆଲୋଚନା କରିବେ

0

ପୁରୀ (ଆମ ଟିଭି): ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ  । ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଆଲୋଚନା କରିବେ ।  ଦିନ ୧୨ଟାରେ ସେବାୟତଙ୍କ ସହ ଆଲୋଚନା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ଅପରାହ୍ଣ ୩ଟାରେ ସେବାୟତଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।  ସର୍କିଟ ହାଉସରେ ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା କରିବେ ।

ଆଗାମୀ ନୀତିକାନ୍ତି ନେଇ ଆଲୋଚନା କରାଯିବ। ଶରଧାବାଲି ଦଳାଚକଟା ଘଟଣା ଉପରେ ଆଲୋଚନା ହୋଇପାରେ । ଗତକାଲି ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିଛନ୍ତି ତଦନ୍ତ କମିଶନ ଅନୁ ଗର୍ଗ । ଏକମାସ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.