CMIE ପ୍ରକାଶ କଲା ସାଙ୍ଘାତିକ ରିପୋର୍ଟ: ଜୁନରେ ୧.୩୦ କୋଟି ଲୋକଙ୍କ କମିଛି ରୋଜଗାର

0

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାରଙ୍କ ଭାରତୀୟ ଅର୍ଥନୀତି ସର୍ବେକ୍ଷଣ (CMIE)ପ୍ରକାଶ କଲା ସାଙ୍ଘାତିକ ରିପୋର୍ଟ। ଭାରତରେ ପୁଣି ଚିନ୍ତା ବଢାଇଲାଣି ବେରୋଜଗାରୀ । ଜନତାଙ୍କ ରୋଜଗାର କମିବା ସହିତ ବେରୋଜଗାରୀଙ୍କ ସଂଖ୍ୟା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, କେବଳ ଚଳିତ ବର୍ଷ ଜୁନ ମାସରେ ବେରୋଜଗାର ଦର ବୃଦ୍ଧିପାଇ ୭.୮୦ ପ୍ରତିଶତରେ ପହଞ୍ଚିଯାଇଛି । ଗତ ମାସରେ କେବଳ କୃଷି କ୍ଷେତ୍ରରେ ହିଁ ଏକ କୋଟି ୩୦ ଲକ୍ଷ ଲୋକଙ୍କ ରୋଜଗାର ବ୍ୟାପକ ଭାବେ ହ୍ରାସ ପାଇଛି । ଯାହା ଫଳରେ ବେରୋଜଗାରୀ ବୃଦ୍ଧିପାଇଛି । ସିଏମ୍‌ଆଇଇ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଟେନସନ୍‌ ବଢିଛି ।

କେନ୍ଦ୍ର ସରକାରଙ୍କ ଭାରତୀୟ ଅର୍ଥନୀତି ସର୍ବେକ୍ଷଣ (CMIE) ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଜୁନ ମାସରେ ରୋଜଗାର ହ୍ରାସ ପାଇଥିବାରୁ ଗ୍ରାମାଞ୍ଚଳରେ ବେରୋଜଗାରୀ ଦର ବୃଦ୍ଧିପାଇ ୮.୦୩ ପ୍ରତିଶତରେ ପହଞ୍ଚିଯାଇଛି । ଯାହାକି ମେ ମାସ ତୁଳନାରେ ୦.୭୩ ପ୍ରତିଶତ ଅଧିକ । କିନ୍ତୁ ସହରାଞ୍ଚଳରେ ଲୋକଙ୍କ ରୋଜଗାରରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ସହରାଞ୍ଚଳରେ ଏହି ହାର ମେ ମାସରେ ୭.୧୨ ପ୍ରତିଶତ ରହିଥିବା ବେଳେ ଜୁନରେ ତାହା ସାମାନ୍ୟ ବୃଦ୍ଧିପାଇ ୭.୧୨ ପ୍ରତିଶତ ହୋଇଛି । CMIE ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି, କରୋନା ମହାମାରୀର ପ୍ରକୋପ କମିଥିଲେ ସୁଦ୍ଧା ଜୁନ ମାସରେ ରୋଜଗାର ଏଭଳି କମ ହେବା ଚିନ୍ତାର ବିଷୟ । ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ତେବେ କୃଷି କ୍ଷେତ୍ରରେ ପରିବର୍ତ୍ତନ ହୋଇଥିବାରୁ ଜୁଲାଇ ମାସରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି। କେବଳ ଜୁନ ମାସରେ ହିଁ ୧.୩୦ କୋଟି ଲୋକଙ୍କ ରୋଜଗାର ହ୍ରାସ ପାଇଛି । ସେହିଭଳି ବେରୋଜଗାରୀଙ୍କ ସଂଖ୍ୟା ୩୦ ଲକ୍ଷ ବୃଦ୍ଧିପାଇଛି । ଏହି ସଂଖ୍ୟା ବିଶେଷ କରି ଅଣସଂଗଠିତ କ୍ଷେତ୍ରଗୁଡିକରୁ ଆସିଛି । ଅନେକ ସଂଖ୍ୟାରେ ଶ୍ରମିକ କାମ ଛାଡି ଚାଲିଯିବାକୁ ଏଭଳି ସମସ୍ୟା ଦେଖାଦେଇଛି । କିନ୍ତୁ ଆର୍ଥିକ ସମସ୍ୟା ସେଭଳି କିଛି ନାହିଁ । ଜନସାଧାରଣଙ୍କ ରୋଜଗାର କମିବାର ଏକ ପ୍ରମୁଖ କାରଣ ହେଉଛି ମୌସୁମୀ । ସଠିକ ସମୟରେ ମୌସୁମୀ ନଆସିବାରୁ ଚାଷ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡିଛି’।

Leave A Reply

Your email address will not be published.