ପୁଣି ବଢିଲା ସିଏନଜିର ମୂଲ୍ୟ

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼। ବଢ଼ିଲା ସିଏନଜି ମୂଲ୍ୟ। ଶନିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି। ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୧.୧୭ରୁ ୮୨.୧୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୁରୁଗ୍ରାମରେ ସିଏନଜି ମୂଲ୍ୟ ବର୍ତ୍ତମାନ କେଜି ପ୍ରତି ୮୭.୮୯ ଟଙ୍କା ଛୁଇଁଛି ।

କାରଣ ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇ ଦେଉଥିବା ଓଲା ଏବଂ ଓବେର ସଂସ୍ଥାମାନେ ସେମାନଙ୍କ ଭଡ଼ାରେ ପରିବର୍ତ୍ତନ କରିବେ। ଉଭୟ ସଂସ୍ଥାର ଅଟୋ ଓ ବାଇମାନଙ୍କରେ ଭଡ଼ା ବୃଦ୍ଧି ହୋଇପାରେ। ଅକ୍ଟୋବରରେ ଦୀପାବଳି ପୂର୍ବରୁ ସିଏନଜିର ମୂଲ୍ୟ ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.