ଭୁବନେଶ୍ୱର (ଆମ ଟିଭି): ଆଜିକାଲି କଫି ଅନେକଙ୍କ ପାଇଁ ଆବଶ୍ୟକତା ନୁହେଁ, ଜୀବନଶୈଳୀ ହୋଇଯାଇଛି। ସକାଳୁ ଉଠିବା ଠାରୁ ରାତି ପର୍ଯ୍ୟନ୍ତ ଥକିଲେ କଫି, ନିଦ ଆସିଲେ କଫି।କଫିରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ଅଧିକ ମାତ୍ରାରେ କଫି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ।
ତେବେ ଜାଣନ୍ତୁ—ବେଶି କଫି ପିଇଲେ କଣ କଣ ସମସ୍ୟା ହୋଇପାରେ
୧. ମୁଣ୍ଡ ଓ ନିଦ ଉପରେ ପ୍ରଭାବ
କଫିରେ ଥିବା କ୍ୟାଫିନ୍ ନିଦ ଆଣୁଥିବା ହରମୋନ୍କୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିପାରେ।ଫଳରେ ଗଭୀର ନିଦ ହୁଏନି ମୁଣ୍ଡ ଭାରି ଲାଗିଥାଏ। ଦୀର୍ଘ ସମୟରେ ବ୍ରେନ୍ କାର୍ଯ୍ୟକ୍ଷମତା କମିପାରେ
୨. ଶରୀରରୁ ଜରୁରୀ ପୋଷକ କମାଏ
ବେଶି କଫି ପିଇବା ଦ୍ୱାରା କ୍ୟାଲସିୟମ,ଆଇରନ୍ ଭଳି ଆବଶ୍ୟକ ପୋଷକ ତତ୍ତ୍ୱ ଶରୀରରୁ କମିପାରେ।
୩. ହରମୋନ୍ ଓ ତ୍ୱଚା ଉପରେ ଖରାପ ପ୍ରଭାବ
କଫି ଚିନ୍ତା ବଢ଼ାଉଥିବା ହରମୋନ୍କୁ ସକ୍ରିୟ କରିପାରେ।
ତ୍ୱଚା ନିଷ୍ପ୍ରଭ ହେବା ସହ ପିମ୍ପଲ୍, ଡ୍ରାଇନେସ ,ସ୍କିନ୍ ଡାମେଜ୍ ହେବାର ସମ୍ଭାବନା
୪. ଋତୁସ୍ରାବରେ ଗଡବଡ
ମହିଳାମାନେ ଅଧିକ କଫି ପିଇଲେ ପିରିୟଡ ଅନିୟମିତା, ଚିଡ଼ଚିଡ଼ାପଣ ଭଳି ସମସ୍ୟା ଦେଖାଦେଇପାରେ।
୫. ଓଜନ କମିବା ବଦଳରେ ବଢ଼ିପାରେ
ଗୋଟିଏ କପ୍ କଫି ମେଟାବୋଲିଜମ୍ ବଢ଼ାଇପାରେ,
କିନ୍ତୁ ଦିନକୁ ୩–୪ କପ୍ କଫି ପିଇଲେ ପେଟ ଚର୍ବି ବଢ଼ିପାରେ ,ମେଟାବୋଲିକ୍ ଭଳି ସମସ୍ୟା ମଧ୍ୟ ଆସିପାରେ।
କଣ କରିବା ଆବଶ୍ୟକ ?
କଫି ଦିନକୁ ୧–୨ କପ୍ ଠାରୁ ଅଧିକ ପିଇବା ଏଡାନ୍ତୁ
ସନ୍ଧ୍ୟା ପରେ କଫି ପିଇବା ବନ୍ଦ କରିବା ସହ ଅତ୍ୟଧିକ ମାତ୍ରାରେ
ପାଣି ଓ ପୋଷକ ଖାଦ୍ୟ ଅଧିକ ନିଅନ୍ତୁ।
ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ କଫିକୁ ଅଭ୍ୟାସ ନୁହେଁ, ବରଂ ନିଜ କଣ୍ଟ୍ରୋଲ ରେ ରଖନ୍ତୁ..