ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଶୀତର ଲହରୀ କମିଛି। ରାଜ୍ୟରେ ଶୀତର ପ୍ରଭାବ କମିଛି। ଏହାସହ କିଛି ସ୍ଥାନରେ ରାତି ତାପମାତ୍ରା ଏବେ ମଧ୍ୟ କମ୍ ରହିଛି। ୧୦ ଡିଗ୍ରୀ ତଳେ ୪ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି।
୭.୧ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର। ସିମିଳିଗୁଡା ୮.୩, ଜି.ଉଦୟଗିରି ୯, ଦାରିଙ୍ଗବାଡି ୯.୫, କଟକ ୧୬.୨ ଓ ଭୁବନେଶ୍ୱର ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।