ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

0

ଭୁବନେଶ୍ୱର(ଆମ ଟିଭି): ଆକ୍ସନ ମୋଡରେ ଭିଜିଲାନ୍ସ । କିଛି ଦିନ ହେବ ଅନେକ ବଡ ବାବୁମାନେ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଗତକାଲି ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ଆଜି ଭିଜିଲାନ୍ସ ଜାଲରେ ଫଶିଛନ୍ତି କଲେଜ ଅଧ୍ୟକ୍ଷ। ବଲାଙ୍ଗିର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।

ସୁଦର୍ଶନଙ୍କର ପୁରୀ ଜିଲ୍ଲାରେ ଥିବା ପୈତୃକ ଘର ସମେତ ୪ଟି ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ସେହିପରି ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସ ଓ ସୁଦର୍ଶନଙ୍କ ବଲାଙ୍ଗିର ଅଫିସ୍‌ରେ ରେଡ୍ କରାଯାଇଛି। ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଭିଜିଲାନ୍ସର ୮ଜଣ ଡିଏସପି ଓ ୬ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.