ନୂଆଦିଲ୍ଲୀ (ଆମ ଟିଭି): ଭୟଙ୍କର ଭୂକମ୍ପରେ ଥରିଲା କଲମ୍ବିଆ । କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ଖବର ମିଳିଛି । କଲମ୍ବିଆ ରାଜଧାନୀ ବଗୋଟାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତିବ୍ରତା ୬.୩ ରେକର୍ଡ ରହିଛି । ଗୁରୁବାର ଦିନ ୧୨ଟା ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଭୟଭୀତ ହୋଇ ଲୋକେ ଘରୁ ବାହାରି ଆସିଥିଲେ । ତେବେ ଭୂମିକମ୍ପରେ କୌଣସି କ୍ଷତକ୍ଷିତି ସୂଚନା ଏଯାଏଁ ମିଳିନାହିଁ ।
କଲମ୍ବିଆ ଜିଓଲୋଜିକାଲ୍ ସର୍ଭେ ଅନୁଯାୟୀ, ଭୂମିକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଥିବା ବେଳେ ୟୁଏସ୍ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟରେ ୬.୩ ତିବ୍ରତା ମାପା ଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ରାଜଧାନୀ ବଗୋଟାରୁ ଦକ୍ଷିଣରେ ୪୦ କିଲୋମିଟର ଦୂର ଇଏଲ୍ କାଲଭରିଓ ସହରରେ ରହିଛି ।