କଲୋମ୍ବିଆର ରଙ୍ଗିନ୍ ନଦୀ: ପ୍ରତ୍ୟେକ ମାସରେ ବଦଳାଏ ରଙ୍ଗ
ପ୍ରକୃତି ଆମକୁ ଦେଇଛି ଏକ ଅଦ୍ଭୁତ ରଙ୍ଗିନ୍ ଦୃଶ୍ୟ।କଲୋମ୍ବିଆର ଏକ ନଦୀ, ଯାହା ପ୍ରତ୍ୟେକ ମାସରେ ନିଜର ରଙ୍ଗ ବଦଳାଇ ଦେଖାଏ। ଏହି ନଦୀକୁ ଲିକୁଇଡ୍ ରେନବୋ ବୋଲି ମଧ୍ୟ ପରିଚିତ କରାଯାଏ। ଏହାର ପାଣି ନାଲି, ହଳଦିଆ, ନୀଳ, ନାରଙ୍ଗି ଓ ସବୁଜ ରଙ୍ଗର ହୋଇଥାଏ, ଯାହା ପ୍ରକୃତିର ଅସାଧାରଣ କଳାର ପ୍ରତିବିମ୍ବ
କିଛି ଲୋକ ଏହି ନଦୀକୁ ଦେଖିଲାପରେ ଭାବନ୍ତି କି ଏହି ନଦୀର ରଙ୍ଗ କିପରି ବଦଳୁଛି । ଅସଲ କଥା ହେଉଛି ଏହାର କମାଲ୍ ମେକାନିଆ କ୍ଲାଭିକେରା ନାମର ଏକ ଗଛର, ଯାହା ଗୋଟେ ଖାସ୍ ଋତୁରେ ନିଶ୍ଚିତ ମାତ୍ରାର ଜଳ ସିମା ଏବଂ ନିଶ୍ଚିତ ମାତ୍ରାର ସୂର୍ୟ୍ୟକିରଣ ମିଳିଲେ ଗଛଟି ତା’ର ରଙ୍ଗ ପରିବର୍ତ୍ତନ କରିଥାଏ । ଏହି କାରଣ ପାଇଁ ନଦୀର ରଙ୍ଗ କଲରଫୁଲ୍ ଦେଖାଯାଏ।
ଏହି ନଦୀର ସୁନ୍ଦରତାକୁ ଆପଣ କେବଳ ଜୁନରୁ ଡିସେମ୍ବର ଯାଏ ଦେଖିପାରିବେ । ଜାନୁଆରିରୁ ମେ ମାସ ପର୍ଯ୍ୟନ୍ତ ଅଧକ ଗରମ ପାଇଁ ଏହି ସ୍ଥାନକୁ ପର୍ଯ୍ୟଟକଙ୍କୁ ଆସିବା ମନା ରହିଥାଏ ।ଏହି ସମୟରେ ନଦୀର ରଙ୍ଗ ହାଲକା ଗୋଲାପି, କି ଗାଢା ନାଲି ଓ ବେଳେବେଳେ ନାରଙ୍ଗି ଓ ସବୁଜ ରଙ୍ଗର ହୋଇଥାଏ । ଦୁନିଆରେ ଏହି ସ୍ଥାନଟି କମ୍ ଲୋକ ପ୍ରିୟ ହେବା କାରଣରୁ ବିଦେଶୀ ପର୍ଯ୍ୟଟକ ଖୁବ୍ କମ ଆସିଥାନ୍ତି କିନ୍ତୁ ସ୍ଥାନିୟ ଲୋକ ମାନଙ୍କ ପାଇଁ ଏହି ସ୍ଥାନଟି ଶେଷ ସପ୍ତାହର ଛୁଟି କଟାଇବା ପାଇଁ ଏଠାକୁ ଆସିଥାନ୍ତି । ଏହାର ପ୍ରାକୃତିକ ଦୃଶ୍ୟ ମଧ୍ୟ ଅତ୍ୟନ୍ତ ମନହୋର ।
ପ୍ରକୃତିର ଏହି ଆର୍ଶ୍ରୀବାଦକୁ ଠିକ୍ ରଖିବା ପାଇଁ ଏଠାରେ କିଛି ନିୟମ ମଧ୍ୟ କରାଯାଇଛି । ଏଠାକୁ ଆସୁଥିବା ଲୋକମାନଙ୍କର ଗ୍ରୁପର ସବୁ ଲୋକଙ୍କୁ ଛଡା ଯାଇନଥାଏ ଏବଂ ଗୋଟେ ଦିନରେ ୨୦୦ ସେକେଣ୍ଡରୁ ଅଧିକ ସମୟ ରହିପାରିବେ ନାହିଁ । ଯଦି ଆପଣ କେବେ ବି କୋଲମ୍ବିଆ ଯାଉଛନ୍ତି ତେବେ ଏହି ନଦୀକୁ ଦେଖିବା ପାଇଁ ଯେମିତି ନଭୁଲନ୍ତି । ଏଠାକୁ ଆସିବା ଦ୍ବାରା ଆପଣଙ୍କର ଯାତ୍ରା ଯେତିକି ଖୁସିଦାୟକ ରହିବ ସେତିକି ରୋମାଞ୍ଚକ ମଧ୍ୟ ରହିବ ।