କମିବ ପେଟ୍ରୋଲ ଓ ଡିଜେଲ ଦର

0

ନୂଆଦିଲ୍ଲୀ (ଆମ ଟିଭି): ପାଖେଇ ଆସିଲାଣି ୨୪ ନିର୍ବାଚନ । କମିବ ପେଟ୍ରୋଲ, ଡିଜେଲ ଦର । ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ତୈଳ କମ୍ପାନୀଗୁଡିକୁ ଚିଠି ଲେଖି ତେଲ ଦର କମାଇବାକୁ କହିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତେଲେ ଦର କମିଥିଲେ ବି ଦିର୍ଘ ୧୫ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦର କମାଇନାହାଁନ୍ତି ତୈଳକମ୍ପାନୀମାନେ । ପୂର୍ବରୁ ତେଲ ଦର ବଢିଥିବା ସମୟରେ କ୍ଷତି ସହି ଗ୍ରାହକଙ୍କୁ କମ୍ ଦରରେ ତେଲ ଯୋଗାଇଥିଲେ । ଆଉ ଏବେ ହୋଇଥିବା କ୍ଷତିର ଭରଣା ହୋଇସାରିଥିବାରୁ ତେଲ ଦର କମାଇବାକୁ କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ।

ପୂର୍ବରୁ ତୈଳ କମ୍ପାନୀଗୁଡିକ ଲିଟର ପିଛା ୧୦ରୁ ୧୧ ଟଙ୍କା ଲାଭ କରୁଥିବା ବେଳେ ଏବେ ଏହା ୧୩ ଟଙ୍କା ଛୁଇଁଥିବା ସୂଚନା ମିଳିଛି । କମ ଦରରେ ତେଲ ବିକିବା ଯୋଗୁ ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ତୈଳକମ୍ପାନୀଗୁଡିକୁ ପ୍ରାୟ ୨୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଏହି କ୍ଷତି ଟଙ୍କା ଆଦାୟ ହୋଇସାରିଥିଲେ ତେଳ ଦର କମାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Leave A Reply

Your email address will not be published.