ଛୋଟ ପରଦାକୁ ଫେରୁଛନ୍ତି କମେଡିଆନ୍ ‘ଡା ମଶହୁର ଗୁଲାଟୀ’ ଓରଫ ‘ସୁନୀଲ ଗ୍ରୋଭର’

0

ନୂଆଦିଲ୍ଲୀ (ଆମ ଟିଭି): କମେଡି ଦେଖିବାକୁ କିଏ ବା ପସନ୍ଦ ନ କରେ । ତେବେ କମେଡି ପ୍ରେମୀଙ୍କ ପାଇଁ ଆସିଛି ଆଉ ଏକ ବଡ଼ ଖବର । କମେଡି ଦୁନିଆର ଉଚ୍ଚ ଶିଖରକୁ ଛୁଇଁବା ପରେ କମେଡିଆନ୍ ତଥା ଅଭିନେତା ସୁନୀଲ ଗ୍ରୋଭର ଏବେ ଜଣେ ବଡ଼ ସେଲିବ୍ରିଟି ବନିଯାଇଛନ୍ତି। ନିଜ ମଜାଳିଆ ଅନ୍ଦାଜ ଯୋଗୁ ସୁନୀଲ ଲୋକଙ୍କୁ ଖୁବ୍ ହସାଇଛନ୍ତି। ଏବେ ସୁନୀଲଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ‘ଡା. ମଶହୁର ଗୁଲାଟୀ’ ପୁଣିଥରେ ଛୋଟ ପରଦାକୁ ଫେରୁଛନ୍ତି। ପୁଣିଥରେ ଲୋକଙ୍କୁ ହସାଇବାକୁ ଆସୁଛନ୍ତି ଏହି କମେଡିଆନ୍।

ସୋନି ଟିଭି ପକ୍ଷରୁ ନିକଟରେ କମେଡି ଶୋ ‘ଇଣ୍ଡିଆଜ୍ ଲାଫ୍ଟର ଚାମ୍ପିୟନ’ର ଏକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଭିଡିଓରେ ସୁନୀଲ ଗ୍ରୋଭର ଡା. ମଶହୁର ଗୁଲାଟୀ ଭାବେ ଷ୍ଟେଜରେ ନଜର ଆସିଛନ୍ତି। ସୁନୀଲଙ୍କୁ ଏହି ଅବତାରରେ ଦେଖିବା ପାଇଁ ଫ୍ୟାନ ଦୀର୍ଘ ଦିନ ହେଲାଣି ଅପେକ୍ଷା କରିଥିଲେ। ଅନ୍ୟପଟେ ଏହି ଶୋରେ ଜଜ୍ ଭାବେ ଅର୍ଚ୍ଚନା ପୂରନ ସିଂହ ଓ ଶେଖର ସୁମନ ନଜର ଆସିବେ। ସାମ୍ନାକୁ ଆସିଥିବା ଭିଡିଓ ବେଶ୍ ମଜାଳିଆ ଲାଗୁଛି। ଭିଡିଓରେ ସୁନୀଲ ଅର୍ଚ୍ଚନାଙ୍କ ସହ ଥଟ୍ଟା ମଜା କରୁଥିବା ଦେଖାଯାଇଛି। ଏହି ଖବର ଆସିବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ମନରେ ଖୁସିର ଲହରି ଖେଳିଯାଇଛି ।

 

Leave A Reply

Your email address will not be published.