କମିଲା ଯାତ୍ରୀବାହୀ ପେସେଞ୍ଜର ଭଡ଼ା

0

ଭୁବନେଶ୍ୱର (ଆମ ଟିଭି): କରୋନା ଲକ୍‌ଡାଉନ୍‌ ସମୟରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନଗୁଡ଼ିକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇ ସାଧାରଣ ଜନତାଙ୍କଠାରୁ ଦ୍ରୁତଗାମୀ ଭଡ଼ା ଆଦାୟ ହେଉଥିଲା। ରେଲଓ୍ବେର ଏଭଳି କାର୍ଯ୍ୟ ବିରୋଧରେ କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରାଷ୍ଟ୍ରପତି ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ୨୬ା୧ା୨୦୨୪ରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ଧରିତ୍ରୀରେ ଏକାଧିକ ଖବର ପ୍ରକାଶ ପାଇଥିଲା। ଏହାର ପ୍ରଭାବରେ ଶୁକ୍ରବାରଠାରୁ ମେମୁ, ଡେମୁ ଓ ପାସେଞ୍ଜର ଟ୍ରେନଗୁଡିକ ସମସ୍ତ ଷ୍ଟେସନରେ ରହଣୀ କରିବା ସହ ପେସେଞ୍ଜର ଭଡ଼ା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ସଂଘ ପକ୍ଷରୁ ଭାଗୀରଥି ଆଚାର୍ଯ୍ୟ ସୂଚନା ଦେବା ସହ ରେଲଓ୍ବେକୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ୨୩ା୩ା୨୦୨୧ରେ ଓଡ଼ିଶାରେ ସମସ୍ତ ଯାତ୍ରୀବାହୀ/ମେମୁ ପାସେଞ୍ଜର ଟ୍ରେନଗୁଡ଼ିକୁ ଦ୍ରୁତଗାମୀ ଘୋଷଣା କରାଯାଇଥିଲା। ତଦନୁଯାୟୀ ଅଦ୍ୟାବଧି ଗୋଟିଏ ଷ୍ଟପେଜରୁ ନିକଟବର୍ତ୍ତୀ ଷ୍ଟପେଜକୁ ଯିବା ପାଇଁ ସର୍ବନିମ୍ନ ଭଡ଼ା ଦ୍ରୁତଗାମୀ ଭାବେ ୩୦ଟଙ୍କା ଅସୁଲ ହେଉଥିଲା। ତେଣୁ ତୁରନ୍ତ ଏଭଳି ଶୋଷଣ ବନ୍ଦ କରିବାକୁ ସଂଘ ପକ୍ଷରୁ ନିବେଦନ ହୋଇଥିଲା। ଅନ୍ୟପକ୍ଷେ ଯାଜପୁର ରୋଡ୍‌ ରେଳଷ୍ଟେଶନର ଦକ୍ଷିଣ ରେଳ ଫାଟକ ନିକଟରେ ଏକ ଫ୍ଲାଏଓଭର ବ୍ରିଜ୍‌ ଓ ଗଳିପୋଲ ସମେତ ଗୋପବନ୍ଧୁ ଛକ ନିକଟରେ ମଧ୍ୟ ଏକ ଗଲିପୋଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଆସନ୍ତା ୨୬ ତାରିଖରେ ଏହି ୩ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହି ସୂଚନା ସମ୍ପର୍କରେ ସରକାରୀ ଭାବେ କୌଣସି ତଥ୍ୟ ହାସଲ ହୋଇ ନ ଥିବାବେଳେ ଏ ନେଇ ବ୍ୟାସନଗର ସହରରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସାଇ ମନ୍ଦିର ନିକଟରେ ଥିବା ରେଳ ଫାଟକ ପ୍ରାୟ ୧୦୦ ମିଟର ଦୂର କଟକ ପଟକୁ ସ୍ଥାନାନ୍ତର ହୋଇଛି।

Leave A Reply

Your email address will not be published.