ପୁରୀ (ଆମ ଟିଭି): ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିବେ । ଆଜି ଓ ଆସନ୍ତାକାଲି ଭୁବନେଶ୍ୱର ଏବଂ ପୁରୀରେ ତାଙ୍କର ଅନେକ କାର୍ୟ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ମୋଟ୍ ୫୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ସାଢ଼େ ୯ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯିବ । ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ପୁରୀ ଯିବେ । ସାଢ଼େ ୧୦ଟା ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବେ । ର୍କାକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି । ଶ୍ରୀମନ୍ଦିରରେ ସେ ପାଖାପାଖି ଏକ ଘଣ୍ଟା ରହିବେ ମହାମହିମ । ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ୱାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ସିଧା ରାଜଭବନ ବାହାରିବେ ରାଷ୍ଟ୍ରପତି । ୧୨ଟାରେ ରାଜଭବନରେ ପହଞ୍ଚି ମହାପ୍ରସାଦ ସେବନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ପାଇଁ ମୋଟ ୫୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ।
ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା : –
ସୁରକ୍ଷା ଦାୟିତ୍ୱରେ ୪ଜଣ ଡିସିପି ରାଙ୍କର ଅଧିକାରୀ । ୬୨ଜଣ ଏସିପି ରାଙ୍କର ଅଧିକାରୀ । ୨୨ଜଣ ଆଡିସନାଲ ଡିସିପି ରାଙ୍କର ଅଧିକାରୀ । ୨୦୦ ଜଣ ଏସଆଇ ଓ ଏଏସଆଇ ରାଙ୍କର ଅଧିକାରୀ । ଭୁବନେଶ୍ୱରରେ ୩୪ ପ୍ଲାଟୁନ ଫୋର୍ସ । ପୁରୀ ପୋଲିସ୍ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।