ଓଡ଼ିଶାରେ ନୈରାଶଜନକ ପ୍ରଦର୍ଶନ ନେଇ ମତରଖିଲେ କଂଗ୍ରେସ ବିଧାୟକ କହିଲେ, ଅନେକ ସ୍ଥାନରେ ଦିଆଗଲା ବିଳମ୍ବରେ ପ୍ରାର୍ଥୀ

0

ଭୁବନେଶ୍ବର (ଆମ ଟିଭି):  କଂଗ୍ରେସର ପ୍ରଦର୍ଶନ ନେଇ ଗଠିତ ହୋଇଛି ଫ୍ୟାକ୍ଟ ଫାଇଡିଂ ଟିମ୍ । ଏଆଇସିସିର ଦୁଇ ବରିଷ୍ଠ ନେତା ଆସିବେ ଓଡିଶା । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବିଧାୟକ ମାନେ । ରାଜ୍ୟରେ ଶାସକ ଦଳ ବିରୋଧୀ ହାୱା ରହିଥିଲା ଯାହାର ଫାଇଦା ନେଇପାରିନଥିଲା କଂଗ୍ରେସ ।

ନେତାଙ୍କ ପାଖରେ ପଇସା ନପହଂଚିବାରୁ ଦଳ ଖରାପ ପ୍ରଦର୍ଶନ କରିଛି । ଅନେକ ସ୍ଥାନରେ ବିଳମ୍ବରେ ପ୍ରାର୍ଥୀ ଦିଆଯାଇଥିଲା । ଶେଷ ସମୟରେ ପ୍ରାର୍ଥୀ ବଦଳ ବି କରାଯାଇଥିଲା । ହାଇଭୋଲଟେଜ୍ ପ୍ରଚାର ମଧ୍ୟ ଦଳ କରିପାରିନଥିଲା ବୋଲି କହିଛନ୍ତି କଂଗ୍ରେସର ବିଧାୟକ ମାନେ । କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆଗରେ ଏସବୁ ଉପସ୍ଥାପନା କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ।

Leave A Reply

Your email address will not be published.