କମନୱେଲଥ ଗେମ୍: ଲନ୍ ବଲରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତିଲା ଭାରତ

0

ନୂଆଦିଲ୍ଲୀ(ଆମ ଟିଭି): କମନୱେଲଥ ଗେମରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ। ଇତିହାସ ରଚିଲେ ଭାରତୀୟ ମହିଳା ଟିମ । ଲନ୍ ବଲ ଇଭେଣ୍ଟର ଫାଇନାଲ ମୁକାବିଲାରେ ଭାରତ, ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି । ୯୨ ବର୍ଷ ଇତିହାସରେ ଏଭଳି ପ୍ରଥମ ଥର ହୋଇଛି, ଯେ ଏହି ଇଭେଣ୍ଟରେ ଭାରତ ମେଡାଲ ଜିତିଛି । ତାହା ବି ପୁଣି ଗୋଲ୍ଡ ମେଡାଲ । ଏହି ଇଭେଣ୍ଟରେ ଭାରତୀୟ ଟିମରେ ଲଭଲୀ ଚୌବେ, ପିଙ୍କି, ନୟାନମୌନୀ ସାଇକିଆ ଓ ରୂପା ରାଣି ସାମିଲ ଥିଲେ । ଯେଉଁମାନଙ୍କ ଲଗାତାର ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଗୋଲ୍ଡ ମେଡାଲ ଜିତିବାରେ ସଫଳ ହୋଇଛି ।

ଅଢେଇ ଘଣ୍ଟା ଧରି ଚାଲିଥିବା ଏହି ଇଭେଣ୍ଟରେ ଅନେକ ରୋମାଞ୍ଚକର ସ୍ଥିତି ପରେ ଶେଷରେ ଭାରତ ଇତିହାସ ରଚିଛି ।

Leave A Reply

Your email address will not be published.