କମନୱେଲଥ ଗେମ: ଭାରୋତ୍ତଳନରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ଜେରେମୀ ଲଲରିନ୍ନୁଙ୍ଗା

0

ନୂଆଦିଲ୍ଲା(ଆମ ଟିଭି): ଆଜି କମନୱେଲଥ ଗେମ୍ସ ୨୦୨୨ ରେ ଭାରତ ୫ମ ପଦକ ହାସଲ କରିଛି । ଭାରୋତ୍ତଳନର ୬୭ କିଲୋ ମହିଳା ବର୍ଗରେ ଜେରେମୀ ଲଲରିନ୍ନୁଙ୍ଗା ଭାରତ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଜେରେମୀ ଲଲରିନ୍ନୁଙ୍ଗା ସ୍ନେଚ ବେଳେ ରେକର୍ଡ କରି ୧୪୦ କିଲୋ ଓଜନ ଉଠାଇଥିଲେ । ସେହିଭଳି କ୍ଲିନ ଆଣ୍ଡ ଜର୍କ ରାଉଣ୍ଡରେ ୧୬୦ କିଲୋ ଓଜନ ଉଠାଇଥିଲେ । ଅର୍ଥାତ ପୁରା ଗେମ୍ସରେ ସେ ୩୦୦ କିଲୋ ଓଜନ ଉଠାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ସବୁଠାରୁ ବଡକଥା କି କମନୱେଲଥ ଗେମ୍ସ ୨୦୨୨ ର ତୃତୀୟ ଦିନ ସୁଦ୍ଧା ଭାରତ ୫ ଟି ପଦକ ହାସଲ କରିଛି । ଏହା ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ୪୯ କିଲୋ ଭାରୋତ୍ତଳନ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେହିଭଳି ସଂକେତ ମହାଦେବ ପୁରୁଷ ଭାରୋତ୍ତଳନ ବର୍ଗରେ ଏବଂ ବିନ୍ଦିଆରାନୀ ଦେବୀ ମହିଳା ୫୫ କିଲୋ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ବ୍ୟତୀତ ଗୁରୁରାଜା ପୂଜାରୀ ୬୧ କିଲୋ ଭାରୋତ୍ତଳନ ବର୍ଗରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.