ସମ୍ବଲପୁର ହିଂସା କମିଥିଲେ ବି କମୁନି ରାଜନୀତି

0

ଭୁବନେଶ୍ୱର (ଆମ ଟିଭି): ସମ୍ବଲପୁରରେ ହିଂସା ଥମିଯାଇଥିବା ବେଳେ ଏହାକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ନେଉନାହିଁ । ସମ୍ବଲପୁର ହିଂସା ଘଟଣା ପରେ ବିଜେପିର କେନ୍ଦ୍ରୀୟ ଟିମ୍ ଏଠାକୁ ଗସ୍ତ କରିବାକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଦଳୀୟ ଟିମ ବୁଲିବା ଦ୍ୱାରା ଶାନ୍ତି ବ୍ୟାଘାତ ହେବ । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ପ୍ରଦୟିକ ସଦଭାବନା ବହୁତ ଭଲଥିବା ବେଳେ ପୁଣି ଉସୁକାଇବା ବ୍ୟବସ୍ଥା କରିବା ଠିକ ନୁହେଁ । ଯେତେବେଳେ ସବୁ କିଛି ଶାନ୍ତ ହୋଇଛି ପୁଣି ଥରେ ତାକୁ ଉସକେଇ ବାକୁ ଚେଷ୍ଟା ନ କରାଯାଉ । ଦଳୀୟ ଭିତ୍ତିରେ ଯଦି ଟିମ ବୁଲିବେ ତାର ପ୍ରତିବାଦରେ ଅନ୍ୟ ମାନେ ବି ଯିବେ । ଆଇନ ଉପରେ ବିଶ୍ୱାସ ରଖିବା ଦରକାର । ବିଜେପି ଯେଉଁ ଅଭିଯୋଗ କରୁଛି ତାହା ନିରାଧାର । ସେ ଅଞ୍ଚଳର ସାମ୍ପ୍ରଦୟିକ ସଦଭାବନାକୁ ନଷ୍ଟ ନ କରାଯାଉ ।

ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ନଡ୍ଡା ଟିମ୍ ପଠାଇ ପ୍ରହସନ କରୁଛନ୍ତି । ତାଙ୍କରି ଲୋକ ଏମିତି କରିଛନ୍ତି । ସେଭଳି ଦଙ୍ଗା ସମ୍ବଲପୁରରେ ହୋଇନି । କାହାର ବିଶେଷ କ୍ଷତି ହୋଇନି । ଏ ରାଜ୍ୟ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ପ୍ରହସନ କରନି । ଲୋକେ ଶାନ୍ତିରେ ଅଛନ୍ତି, ଅଶାନ୍ତ କରିବାକୁ ଦିଏନି । ଯିଏ ଏମିତି କରୁଛି ତାହା ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଅ, ସେ ଯେଉଁ ଦଳର ହୋଇଥାଆନ୍ତୁ ନା କାହିଁକି?

 

Leave A Reply

Your email address will not be published.