ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି

0

ନୂଆଦିଲ୍ଲୀ: ଜମି ପ୍ରତିବଦଳରେ ଚାକିରି ଦୁର୍ନୀତିରେ ସମ୍ପୃକ୍ତି ଥିବା ମାମଲାରେ ଆଜି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ର (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍‌ଡ଼ୀ ଦେବୀ ଓ ସମ୍ପ୍ରତି ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ସେମାନଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଜାମିନ ମଞ୍ଜୁର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୦୯ ପର୍ୟ୍ୟନ୍ତ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବ‌େଳେ ଉପରୋକ୍ତ ଦୁର୍ନୀତି ହୋଇଥିଲା। ଭାରତୀୟ ରେଳବାଇରେ ନିଯୁକ୍ତି ପାଇବା ପାଇଁ ଲାଲୁ ଯାଦବଙ୍କ ପରିବାର ଲୋକଙ୍କ ନାଁରେ ଜମି ଟ୍ରାନ୍‌ସ୍‌ଫର୍‌ କରାଯାଇଥିବା ଅଭିଯୋଗ ଆଧାରରେ ଏହି ମାମଲା ଚାଲିଛି।

ଜୁଲାଇ ୩ ତାରିଖ ଦିନ ଲାଲୁ ଯାଦବ ଓ ଅନ୍ୟମାନଙ୍କ ନାଁରେ ‘ସିବିଆଇ’ ସାନି ‘ଚାର୍ଜସିଟ୍‌’ ଫାଇଲ୍‌ କରିଥିଲା। ଏଥିରେ ଉଲ୍ଲେଖ ଅଛି ଯେ, ରେଳବାଇର ନୀତିନିୟମ, ମାର୍ଗଦର୍ଶିକା ଓ ପ୍ରକ୍ରିୟା ଉଲ୍ଲଂଘନ କରାଯାଇ କେନ୍ଦ୍ରୀୟ ରେଳବାଇରେ ପ୍ରାର୍ଥୀମାନଙ୍କୁ ଅନିୟମିତ/ବେଆଇନ ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.