ନୂଆଦିଲ୍ଲୀ(ଆମ ଟିଭି): ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଆମ୍ ଆଦମୀ ପାର୍ଟି ତରଫରୁ ସଂଜୟ ସିଂ ପୁଣିଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରିବେ । କାରଣ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ରାୱଜ ଏଭିନ୍ୟୁ କୋର୍ଟ ଫର୍ମରେ ହସ୍ତାକ୍ଷର କରିବାକୁ ସଂଜୟଙ୍କୁ ଅନୁମତି ଦେଇଛନ୍ତି । ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ କୋର୍ଟ ତରଫରୁ ସଂଜୟଙ୍କୁ ନାମାଙ୍କନ ପତ୍ର ଭରିବାକୁ ଅନୁମତି ଦେଇଛନ୍ତି ।
ବିଚାରପତି ଜଷ୍ଟିସ ଏମ.କେ ନାଗପାଲ ସଂଜୟ ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିରେ ସଂଜୟ ସିଂ ଆବେଦନ କରିଥିଲେ କି, ରାଜ୍ୟସଭା ସାଂସଦ ଭାବେ ତାଙ୍କର କାର୍ୟ୍ୟକାଳ ଜାନୁଆରୀ ୨୭ ତାରିଖରେ ଶେଷ ହେବାକୁ ଯାଉଛି । ଏନେଇ ନିର୍ବାଚନ ଅଧିକାରୀ ନିର୍ବାଚନ କରିବାକୁ ଜାନୁଆରୀ ୨ ତାରିଖରେ ନୋଟିସ ଜାରି କରିଛନ୍ତି ।