ତୃଣମୂଳ କଂଗ୍ରେସ ପରେ କଂଗ୍ରେସ: ବିଧାୟକଙ୍କ କାରରୁ ପୁଳା ପୁଳା ଟଙ୍କା ଜବତ

0

ନୂଆଦିଲ୍ଲୀ (ଆମ ଟିଭି): ତୃଣମୂଳ କଂଗ୍ରେସର ମନ୍ତ୍ରୀଙ୍କ ପରେ କଂଗ୍ରେସର ବିଧାୟକ । ପୁଳା ପୁଳା ଟଙ୍କାରେ ବସିଛନ୍ତି ନେତା । ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଥଣ୍ଡା ନପଡୁଣୁ ଏବେ ପୁଣି କଂଗ୍ରେସ ବିଧାୟକଙ୍କ କାର୍ରୁ ମିଳିଛି ପୁଳା ପୁଳା ଟଙ୍କା। ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡିଛନ୍ତି ଝାରଖଣ୍ଡର ୩ କଂଗ୍ରେସ ବିଧାୟକ। ହାୱଡା ଜିଲ୍ଲାରେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ କାର୍ରୁ ବିଡା ବିଡା ଟଙ୍କା ଜବତ କରି ପଚରାଉଚରା କରୁଛି।

ହାୱାଡା ସିଟି ପୁଲିସ ମୁତାବକ, ଇର୍ଫାନ ଆନସାରୀ, ରାଜେଶ କଚ୍ଛପ, ନମନ ଭିକ୍ସେଲ କୋଙ୍ଗାରୀ ଏହି ତିନି ଜଣ ହେଉଛି ଝାରଖଣ୍ଡର କଂଗ୍ରେସ ନେତା। ଏମାନେ ଶନିବାର ରାତିରେ ଜମତାରା ଅଞ୍ଚଳରୁ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଉଥିଲେ। ଏତିକି ବେଳେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଗାଡି ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଡିକିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି।

ସେପଟେ ଏହି ଘଟଣାକୁ ନେଇ ତ୍ରୁଣମୂଳ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଟିଏମସି କହିଛି, କେନ୍ଦ୍ର ସରକାର ତଦନ୍ତକାରୀ ଏଜେନ୍ସି ସହାୟତାରେ ଦଳଗୁଡ଼ିକୁ ବାଛି ବାଛି ଟାର୍ଗେଟ କରୁଛନ୍ତି। ତେବେ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି ନିଶ୍ଚିତ ଭାବରେ ବିରୋଧୀଙ୍କ ଏକତା ମଧ୍ୟରେ ଫାଟ ସୃଷ୍ଟି କରୁଛି।

Leave A Reply

Your email address will not be published.