ଆଜିଠୁ କଂଗ୍ରେସର ଭାରତ ଯୋଡ଼ୋ ଅଭିଯାନ: କଣ୍ଟେନରରେ ରହିବେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଅଭିଯାନ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଛି । ସେ ତାର ଏହି ଅଭିଯାନକୁ ଦେଶବ୍ୟାପୀ ଚଲାଇବ । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ୩୫୭୦ କିଲୋମିଟର ଯାଏଁ ପଦଯାତ୍ରା କରାଯିବ । ଜନ ସମ୍ପର୍କ ପଦଯାତ୍ରାରେ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳ ରହିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୫୭୦ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ । କିନ୍ତୁ ଏହି ସମୟରେ କୌଣସି ହୋଟେଲ କିମ୍ବା ପାର୍ଟି ଅଫିସରେ ରାତ୍ରୀ ଯାପନ କରିବେନି । ୫ ମାସ କେଉଁଠି ରହିବେ ଓ କଣ ଖାଇବେ ରାହୁଲ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ । ଆଉ ଏହି ସବୁ ପ୍ରଶ୍ନର ଉତ୍ତର ହେଉଛି କଣ୍ଟେନର । ହଁ ରାହୁଲ ଗାନ୍ଧୀ ପୂରା ଯାତ୍ରା ସମୟରେ ଅଥାର୍ତ ୧୫୦ ଦିନ ଏବେ ଏହି କଣ୍ଟେନରରେ ହିଁ ରହିବେ । ଏହି କଣ୍ଟେନର ହିଁ ରାହୁଲଙ୍କ ବାସସ୍ଥଳୀ ସାଜିବ ।

୧୫୦ ଦିନ ରାହୁଲ ଗାନ୍ଧୀ ଯେଉଁ କଣ୍ଟେନରରେ ରହିବେ ତାହା ସାଧାରଣ କଣ୍ଟେନର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହି କଣ୍ଟେନରକୁ ଘର ଭଳି ଡିଜାଇନ କରାଯାଇଛି । ଯାହା ଭିତରେ ଶୋଇବା ପାଇଁ ବ୍ୟବସ୍ଥା ଥିବା ବେଳେ ଶୌଚାଳୟ ଓ ଏସି ଲଗାଯାଇଛି । ଯେହେତୁ ଏହି ପଦଯାତ୍ରା ଦୀର୍ଘ ଦିନ ଧରି ଚାଲିବ ତେଣୁ ସମସ୍ତ ପ୍ରକାର ସୁବିଧା ଏହା ମଧ୍ୟରେ ଉପଲବ୍ଧ କରାଯାଇଛି । ଭାରତ ଯୋଡ ଅଭିଯାନରେ ରାହୁଲ ସାଧାରଣ ଲୋକଙ୍କୁ ଭେଟିବେ ଓ ସମସ୍ୟା ବାବଦରେ ଅବଗତ ହେବେ ।

Leave A Reply

Your email address will not be published.