କଂଗ୍ରେସ ମତେ ବାରମ୍ବାର ଅପମାନିତ କରିଛି ,, ମୋଦି

0

ବେଙ୍ଗାଲୁରୁ: କଂଗ୍ରେସ ତାଙ୍କୁ ୯୧ ଥର ଅପମାନଜନକ ଗାଳି ଦେଇଥିବା କଥା ଆଜି ସକାଳେ କର୍ଣ୍ଣାଟକର ବୀଦର ଜିଲ୍ଲା ଅନ୍ତର୍ଗତ ହୁମାନାବାଦ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ନିକଟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ତାଙ୍କୁ ବିଷଧର ସର୍ପ କହିଥିବା ପ୍ରସଙ୍ଗକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଲେ, କଂଗ୍ରେସ ପୁଣି ମତେ ଅପମାନଜନକ ଗାଳି ଦେବା ଆରମ୍ଭ କରିଛି। କେହି ଜଣେ ସେମାନେ ମେତେ ଦେଇଥିବା ନାଁଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି। କଂଗ୍ରେସ ମତେ ଯେତେ ଥର ଗାଳି ଦେଇଛି, ସ‌େତେ ଥର ନଷ୍ଟ ହୋଇ ଚାଲିଛି। କଂଗ୍ରେସ ମତେ ୯୧ ଥର ଗାଳି ଦେଲାଣି… କଂଗ୍ରେସ ସେମିତି ଗାଳି ଦେଉଥାଉ, ମୁଁ କିନ୍ତୁ, କର୍ଣ୍ଣାଟକବାସୀଙ୍କ ପାଇଁ କାମ କରିଚାଲିବି।

ଆଗରୁ ମଧ୍ୟ ମୁଁ ବୀଦରର ଆଶୀର୍ବାଦ ପାଇଛି। ଏ ନିର୍ବାଚନ ବିଜୟ ହାସଲ ପାଇଁ ନୁହେଁ, ଏ ନିର୍ବାଚନ ହେଉଛି କର୍ଣ୍ଣାଟକକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ। ସବୁ କ୍ଷେତ୍ରରେ ଉନ୍ନତି ହେଲେ ଯାଇ ରାଜ୍ୟ ଉନ୍ନତ ହେବ। ଏହି ନିର୍ବାଚନ ରାଜ୍ୟର ଭୂମିକା ନିର୍ଣ୍ଣୟ କରିବ। ଏହାକୁ ୧ ନମ୍ବର ରାଜ୍ୟ କରିବା ପାଇଁ ‘ଡବଲ୍‌ ଇଞ୍ଜିନ୍‌’ ସରକାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ଡବଲ୍‌ ଇଞ୍ଜିନ୍‌’ ସରକାରର ଗୁରୁତ୍ବ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ, କଂଗ୍ରେସ ଶାସନ ସମୟ ତୁଳନାରେ ‘ବିଜେପି’ ଶାସନ ସମୟରେ ରାଜ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗ ୩ଗୁଣ ବୃଦ୍ଧି ପାଇଛି। ରାଜ୍ୟରେ ଦ୍ବିଗୁଣ ବେଗରେ ଦ୍ବିଗୁଣ ଉନ୍ନତି ହେଉଛି। ପୁଣି ‘ବିଜେପି’ ସରକାର ପାଇଁ କର୍ଣ୍ଣାଟକ ପ୍ରସ୍ତୁତ। କୃଷକ ଓ କର୍ଣ୍ଣାଟକବାସୀଙ୍କୁ କଂଗ୍ରେସ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛି। କଂଗ୍ରେସ ସରକାର ଅମଳରେ ରାଜ୍ୟର କୃଷକମାନେ ଆଦୌ ଉପକୃତ ହୋଇ ନାହାନ୍ତି।

Leave A Reply

Your email address will not be published.