ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅଡ଼ୁଆରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

0

ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅଡ଼ୁଆରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀକୁ ସମସ୍ତେ ନିନ୍ଦା କରିଛନ୍ତି । ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଉତ୍ତର ରଖିଛନ୍ତି। ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ସୋନିଆ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ସୋନିଆ ଗାନ୍ଧି କହିଛନ୍ତି ଯେ, ଅଧିର ରଞ୍ଜନ ଚୌଧୁରୀ ଏ ବିଷୟରେ କ୍ଷମା ମାଗିସାରିଛନ୍ତି। ଅଧିର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ଶାସକ ବିଜେପି ଉଭୟ ସଦନରେ ଜୋରଦାର ପ୍ରତିରୋଧ କରିଥିଲା। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ,  ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅପମାନଜନକ ଟିପ୍ପଣି ପାଇଁ ସୋନିଆ ଗାନ୍ଧିଙ୍କୁ ଦେଶ ଏବଂ ଆଦିବାସୀମାନଙ୍କୁ କ୍ଷମା ମାଗିବା  ଉଚିତ। ଏନେଇ ଉଭୟ ସଦନରେ ଶାସକ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା। ଫଳରେ ଲୋକସଭାକୁ ସ୍ଥଗିତ ରଖାଯାଇଛି।

ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଯେ, ଏଭଳି ମନ୍ତବ୍ୟ କଂଗ୍ରେସ ପକ୍ଷରୁ ଜାଣିଶୁଣି ଦିଆଯାଇଛି। ଏହା ଲିଙ୍ଗଗତ ଭେଦଭାବକୁ ଦର୍ଶାଉଛି । ଦେଶରେ ଜଣେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ସମଗ୍ର ଦେଶ ଉତ୍ସବ ପାଳୁଛି। ହେଲେ ଅଧିରଞ୍ଜନଙ୍କ ବୟାନ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଆଜି ସକାଳେ ଅଧିର ରଞ୍ଜନ କ୍ଷମା ମାଗି କହିଛନ୍ତି ଯେ, ତାଙ୍କ ଜୀଭରୁ ଏଭଳି ଟିପ୍ପଣୀ ଭୁଲବସତଃ ସ୍ଲିପ୍ କରିଯାଇଛି। ଯାହାକୁ ନେଇ ବିଜେପି ପର୍ବତସମ ପ୍ରସଙ୍ଗ କରୁଛି। ଗଣମାଧ୍ୟମକୁ ଜବାବ ଦେଇ ଅଧିର ରଞ୍ଜନ କହିଛନ୍ତି ଯେ, ମୁଁ କେବଳ ଥରେ କହିଥିଲି। ଜୀଭ ସ୍ଲିପ କରିବାରୁ ମୋ ମୁହଁରୁ ବାହାରି ଯାଇଥିଲା। ହେଲେ ଶାସକ ଦଳର ଆଦତ ହେଉଛି ଛୋଟ କଥାକୁ ବଡ଼ କରିବା। ଅନ୍ୟପଟେ ସ୍ମୃତି ଇରାନୀ କହିଛନ୍ତି ଯେ,  ଆଦିବାସୀମାନଙ୍କୁ ସମ୍ମାନ ଦେବା କଂଗ୍ରେସକୁ ଜଣାନାହିଁ। କଂଗ୍ରେସ ହେଉଛି ଆଦିବାସୀ, ମହିଳା  ଓ ଦଳିତ ବିରୋଧୀ । କଂଗ୍ରେସ ଦେଶର ସୁପ୍ରିମ କମାଣ୍ଡାରଙ୍କୁ ଅପମାନ କରିଛି । ଏହା ସୋନିଆ ଗାନ୍ଧିଙ୍କ ପ୍ରରୋଚନାରେ ହୋଇଥିବା ସେ ଅଭିଯୋଗ କରିଛନ୍ତି। 

Leave A Reply

Your email address will not be published.