ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ପୁଣି ସଶକ୍ତ ହେବ କଂଗ୍ରେସ । ଏଥିପାଇଁ ନିଯୁକ୍ତ ହୋଇଛନ୍ତି ନୂଆ କଂଗ୍ରେସ ପ୍ରଭାରୀ । ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ଅଜୟ କୁମାର । ଭୁବନେଶ୍ୱରରେ ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଏହି ବରିଷ୍ଠ ନେତାଙ୍କୁ ଓଡିଶା ପ୍ରଭାରୀ ଭାବେ ନିଯୁକ୍ତ କରିଛି । ଯାହାକୁ ନେଇ ଉତ୍ସାହିତ ରାଜ୍ୟ କଂଗ୍ରେସ ।
ବିମାନ ବନ୍ଦରରେ ଅଜୟ କୁମାର ପହଞ୍ଚିବା ପରେ ପୁଷ୍ପଗୁଚ୍ଛ ସହିତ ବାଜା ବଜାଇ ସ୍ୱାଗତ କରିଛନ୍ତି ଦଳର ନେତା ଓ କର୍ମୀ । ପରେ ବାଇକ ରାଲି ଯୋଗେ ପାଛୋଟି ନିଆଯାଇଛି । ଏହି ଗସ୍ତ ସମୟରେ ରାଜ୍ୟ ନେତାଙ୍କ ସହ ପ୍ରଭାରୀ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ତେବେ ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।