ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ସେସନ୍ସ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଗୁଜରାଟ, ସୁରଟର ସେସନ୍ସ କୋର୍ଟ । ଆଜି ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ସୁରଟ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିପାରନ୍ତି ।
୨୦୧୯ ମସିହାରେ ‘ମୋଦୀ ସାଙ୍ଗିଆ’କୁ ନେଇ ରାହୁଲ ଦେଇଥିବା ବିବାଦୀୟ ବୟାନ ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ତଳ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଗତ ଏପ୍ରିଲ ୨ ତାରିଖରେ ସୁରଟର ଉପର କୋର୍ଟରେ ଆବେଦନ କରିଥିଲେ ରାହୁଲ । ଏହି ଆବେଦନକୁ ଖାରଜ କରିଦେଇଛନ୍ତି ସୁରଟ କୋର୍ଟ । ଏହାପରେ ସେ ହାଇକୋର୍ଟ ଯିବେ ବୋଏଲି ଖବର ମିଳୁଛି ।