ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନିନ୍ଦା କଲେ କଂଗ୍ରେସ ନେତା ଶଶିଥରୁର
ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ହାମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଏହାକୁ ଉଚ୍ଛେଦ କରିବାକୁ ଶପଥ ନେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସାରେ ଇସ୍ରାଏଲର ୧୦୦୦ ରୁ ଅଧିକ ଏବଂ ଗାଜାରେ ୯୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ନିଜର ଆଭିମୁଖ୍ୟ ରଖିଛନ୍ତି । ସେ ହାମାସର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ପାଲେଷ୍ଟାଇନବାସୀଙ୍କୁ ମଧ୍ୟ ସମର୍ଥନ କରିଛନ୍ତି ।
ହାମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଂଗ୍ରେସ ନେତା ଶଶି ଥରୁର ଦୃଢନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲ ଉପରେ ହମାସର ହଠାତ୍ ଆକ୍ରମଣ ଯୋଗୁଁ ଏହି ସମଗ୍ର ହିଂସା ସୃଷ୍ଟି ହୋଇଥିଲା । ଏହା ଏକ ଆତଙ୍କବାଦୀ ଅଭିଯାନ ଯାହା ଇସ୍ରାଏଲର ଏକ ଜାତୀୟ ଛୁଟିଦିନରେ କରାଯାଇଥିଲା । ଏକ ସଂଗୀତ ମହୋତ୍ସବରେ ଯୋଗ ଦେଉଥିବା ନିରୀହ ସାଧାରଣ ନାଗରିକ, ଶିଶୁ, ବୃଦ୍ଧ ଏବଂ ଯୁବକମାନଙ୍କୁ ସେମାନେ ହତ୍ୟା କରିଥିଲେ । ଥରୁର କହିଛନ୍ତି ଯେ ହାମାସର କାର୍ଯ୍ୟକଳାପ ପାଇଁ କୌଣସି ବ୍ୟାଖ୍ୟା ଗ୍ରହଣ କରିବା ଅସମ୍ଭବ ଏବଂ ମୁଁ ନିଜେ ଏହାକୁ ନିନ୍ଦା କରୁଛି ।