ପୁଣି ସରକାରଙ୍କୁ ବାଣ ମାରିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ
ଭୁବନେଶ୍ୱର : ୨୦୨୩ ମସିହା ପାଇଁ ପ୍ରକାଶିତ ଜାଗା ମିଶନରେ ହୋଇଛି ବ୍ୟାପକ ଚଞ୍ଚକତା। ବସ୍ତି ବାସିନ୍ଦାଙ୍କ ପରିବର୍ତ୍ତେ ଶାସକ ଦଳର କର୍ମୀଙ୍କୁ ମିଳିଛି ଜାଗା । ଯାହାର ୨ ମହଲା ଘର ଅଛି, ମାର୍କେଟରେ ଷ୍ଟଲ ଅଛି ତା’ ନାଁରେ ବି ତାଲିକାରେ ସ୍ଥାନ ପାଇଛି।’ ତେଣୁ ରାଜ୍ୟ ସରକାର ଜାଗା ମିଶନରେ ବ୍ୟାପକ ଦୁର୍ନୀତି କରିଥିବା ପରି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। କଂଗ୍ରେସ ଦଳର ନେତା ବିଜୟ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସାଂଘାତିକ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ସହରାଞ୍ଚଳରେ ବସ୍ତିର ବିକାଶ ଲାଗି ଉପା ସରକାର ସମୟରେ ଯୋଜନା କରାଯାଇଥିଲା। ରାଜୀବ ଆବାସ ଯୋଜନାରେ ଘର ଦେବାକୁ ସେତେବେଳର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଇଛି।
ଓଡ଼ିଶା ସରକାର ବସ୍ତି ଲୋକଙ୍କ ପାଇଁ ଦରଦ ଦେଖାଇବାକୁ ଯାଇ ଜାଗା ମିଶନ କରିଛ। ହେଲେ ଏଥିନିମନ୍ତେ ପ୍ରକାଶିତ ତାଲିକାରେ ରାଜ୍ୟ ସରକାରଙ୍କ ଚଞ୍ଚକତା ଜଳ ଜଳ ଦିଶୁଛି। ନୂଆ ତାଲିକାରେ ଦୁଇ ମହଲା କୋଠା ଥିବା ଲୋକଙ୍କ ନାଁ ବି ସାମିଲ କରାଯାଇଛି। ଯାହାର ହଜାର ହଜାର ଟଙ୍କାର ବ୍ୟବସାୟ ଅଛି, ସେ ବି ଏହି ଯୋଜନାର ହିତାଧିକାରୀ ଭାବେ ସ୍ଥାନ ପାଇଛି।