ଜାମିନ ପାଇଲେ କଂଗ୍ରେସ ନେତା ପବନ ଖେଡା

0

ନୂଆଦିଲ୍ଲୀ :କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ଆଜି ଶୁଣାଣି ହୋଇଛି। ଏହି ମାମଲାର ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସିଂହ ଶୁଣାଣି କରିଥିଲେ। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ପବନ ଖେଡାଙ୍କୁ ଅନ୍ତରୀଣ ଜାମିନ ମିଳିବା ଉଚିତ୍‌। ଦିଲ୍ଲୀର ଦ୍ୱାରକା କୋର୍ଟ ତାଙ୍କୁ ଏହି ଅନ୍ତରୀଣ ଜାମିନ ଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ତାଙ୍କୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଜାମିନ ମିଳିବ ବୋଲି କୋର୍ଟ କହିଛନ୍ତି । ସେହିପରି ପବନ ଖେଡାଙ୍କ ବିରୋଧରେ ଏକାଧିକ ଥାନାରେ ରୁଜୁ ହୋଇଥିବା ମାମଲାକୁ ଏକାଠି କରିବା ପ୍ରସଙ୍ଗରେ ଆସାମ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ତେବେ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସିଂହ କହିଛନ୍ତି ଯେ, ମାମଲାରେ ସାମାନ୍ୟ କିଛି ମତଭେଦ ରହିଛି, ତଥାପି ଆମେ ତୁମକୁ ସୁରକ୍ଷା ଦେବୁ । ସୁପ୍ରିମକୋର୍ଟ କହିଛନ୍ତି ଯେ, ପବନ ଖେଡା କ୍ଷମା ମାଗିଛନ୍ତି ଏବଂ ଏକ ନିଃସର୍ତ୍ତ କ୍ଷାମା ଆବେଦନ କରିବାକୁ କୁହାଯାଇଛି। ଆଜି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବେଳେ ପବନ ଖେଡ଼ାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚି ଆସାମ ପୁଲିସ ତାଙ୍କୁ ଗିରଫ କରିଛି।

ଖେଡ଼ା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିଛନ୍ତି ବୋଲି ଜଣେ ବିଜେପି ନେତାଙ୍କ ଅଭିଯୋଗକୁ ଆଧାର କରି ଉକ୍ତ ଏଫ୍‌ଆଇଆର୍‌ ଫାଇଲ୍‌ କରାଯାଇଥିଲା। ଏହି ଘଟଣାରେ ବହୁସଂଖ୍ୟକ କଂଗ୍ରେସ ନେତା ବିମାନରୁ ଅବତରଣ କରି ସ୍ଲୋଗାନ୍‌ ଦେବା ସହିତ ବିମାନ ପାଖରେ ଧାରଣା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ପବନ ଖେଡ଼ାଙ୍କ ବିରୋଧରେ ଲକ୍ଷ୍ନୌ, ବାରଣାସୀ, ଆସାମ, ଛତିଶଗଡ଼ ଏମିତି ଅନେକ ସ୍ଥାନରେ ମାମଲା ରୁଜୁ ହୋ‌ଇଛି।

Leave A Reply

Your email address will not be published.