ଶିକ୍ଷା ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କଲା କଂଗ୍ରେସ

0

ଭୁବନେଶ୍ବର(ଆମ ଟିଭି): ଦିନକୁ ଦିନ ବିବାଦୀୟ ହେଉଛି ବିଜେଡି ଜିଲ୍ଲା ପରିଷଦ ର୍ଧେନ୍ଦ୍ରଙ୍କ ଆତ୍ମହତ୍ୟା ମାମଲା । ଏହି ମାମଲାରେ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମୀରରଞ୍ଜନ ଦାଶଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ। ବାସଭବନକୁ ଧସେଇ ପଶିବା ବେଳେ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଛି। କଂଗ୍ରେସ କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।

ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ କଂଗ୍ରେସ ପ୍ରତିବାଦ କରିଛି। ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ପଦରୁ ବହିଷ୍କାର ଦାବି କରିଛି କଂଗ୍ରେସ । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଛି ।

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ରହସ୍ୟମୟ ହୋଇ ପଡ଼ୁଛି। ଧୀରେ ଧୀରେ ତାଙ୍କ ମୃତ୍ୟୁର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେନେଇ ତଥ୍ୟ ପଦାକୁ ଆସିବାରେ ଲାଗିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ନିମାପଡ଼ାର ଜଣେ ସାମ୍ବାଦିକଙ୍କ ସହିତ ହୋଇଥିବା ବାର୍ତାଳାପର ଅଡିଓ କ୍ଲିପ୍ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ ୫ଜଣଙ୍କୁ ଦାୟୀ କରିଛନ୍ତି। ଧର୍ମେନ୍ଦ୍ରଙ୍କ ଏଭଳି ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ତାଙ୍କ ମୃତ୍ୟୁର କାରଣକୁ ନେଇ ପୁଣି ଥରେ ଚର୍ଚା ଆରମ୍ଭ ହୋଇଯାଇଛି।

 

Leave A Reply

Your email address will not be published.