ଅଗ୍ନିପଥ ବିରୋଧରେ ଜନ୍ତର ମନ୍ତରରେ କଂଗ୍ରେସର ସତ୍ୟାଗ୍ରହ

0

ନୂଆଦିଲ୍ଲୀ(ଆମ ଟିଭି): କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ କଂଗ୍ରେସ ସତ୍ୟଗ୍ରାହ କରୁଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ସମସ୍ତ ବଡ ନେତା କଂଗ୍ରେସ ସତ୍ୟଗ୍ରହରେ ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ତାଙ୍କର ପ୍ରୟାସ ହେଉଛି ଯେ, ଯୁବକମାନେ କିଭଳି ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରିବେ ।

ସତ୍ୟଗ୍ରାହରେ ଉପସ୍ଥିତ ଥିବା କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ କେନ୍ଦ୍ର ସରକାର ଜିଦ୍ କରିବା ଠିକ୍ ନୁହେଁ । କୃଷି ଆଇନ ପରି ପରିସ୍ଥିତିର ପୁନରାବୃତ୍ତି ନହେବା ପାଇଁ ‘ଅଗ୍ନିପଥ’ ଯୋଜନା ପ୍ରତ୍ୟାହାର କରାଯିବା ଉଚିତ । ଅଗ୍ନିପଥ ଏକ ବେକାରୀ ଭଳି କାରଣ ପାଇଁ ଯୁବକମାନେ ଏହାର ଗମ୍ଭୀର ପ୍ରତିକ୍ରିୟା ଦେଇଛନ୍ତି । ଯୁବପୀଢି ଙ୍କ ଅସନ୍ତୋଷ ପାଇଁ କେନ୍ଦ୍ର ସରକାର ବିରୋଧୀମାନଙ୍କୁ ଦାୟୀ କରିବା ବନ୍ଦ କରନ୍ତୁ ବୋଲି ସଚିନ ପାଇଲଟ କହିଛନ୍ତି । ଏହା ସହ ଶନିବାର ଦିନ ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ ଯେ ଲଗାତାର ଆଠ ବର୍ଷ ଧରି ବିଜେପି ସରକାର ‘ଜୟ ଯବାନ, ଜୟ କିସାନ’ର ମୂଲ୍ୟବୋଧକୁ ଅପମାନିତ କରିଛି ।

Leave A Reply

Your email address will not be published.