ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

0

ଭୁବନେଶ୍ୱର (ଆମ ଟିଭି): ପୁଣି ଉଠିଲା ମହାନଦୀ ପ୍ରସଙ୍ଗ । ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଂଗ୍ରେସର ଘେରାବନ୍ଦୀ। କଂଗ୍ରେସ କହିଛି, ଟ୍ରିବ୍ୟୁନାଲରେ ନା ମାମଲା ସରୁଛି ନା ରାଜ୍ୟ ସରକାର ଗଠନ କରିଥିବା ଏକାଧିକ କମିଟିର ବୈଠକ ବସିଛି। ତିନି ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ ତାଙ୍କର ରାୟ ଦେବା କଥା। ବଡ କଥା ଏବେସୁଦ୍ଧା କମନ୍ ଇନଫର୍ମେସନ୍ ଫର୍ମାଟ୍ ପ୍ରସ୍ତୁତ ହୋଇପାରିନି। ରାଜ୍ୟ ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ସେପଟେ ଧରାପଡ଼ିବ ଛତିଶଗଡ଼ର ଚାଲିକି । ଆଜିଠୁ ଓଡ଼ିଶା ଆସି ମହାନଦୀର ସ୍ଥିତି ବୁଲି ଦେଖିବେ ଟ୍ରିବୁନାଲ ସଦସ୍ୟ । ଆଜି ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ ଟ୍ରିବୁନାଲ । ଶନିବାରଠାରୁ ଓଡ଼ିଶାର ମହାନଦୀ ଉପରମୁଣ୍ଡ ହୀରାକୁଦ ଜଳଭଣ୍ଡାର ଠାରୁ ଡେଲ୍ଟା ଅଞ୍ଚଳ, ଅର୍ଥାତ ମହାନଦୀ ତଳମୁଣ୍ଡ ସମୁଦ୍ରରେ ମିଶିବା ପର୍ୟ୍ୟନ୍ତ ଅନୁଧ୍ୟାନ କରିବା କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.