ଗୁଜରାଟର ବିକାଶ କରିବ କଂଗ୍ରେସ, କହିଲେ ଖଡ଼ଗେ

0

ନୂଆଦିଲ୍ଲୀ: ୫୦୦ ଟଙ୍କାରେ ମିଳିବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର। ଲୋକଙ୍କୁ ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେଉ ହେଉ କଂଗ୍ରସେ ରଖିଛି ଏଭଳି କିଛି ସଂକଳ୍ପ। ନୂଆ ସଭାପତି ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, ଗୁଜରାଟରେ କଂଗ୍ରେସ କ୍ଷମତାକୁ ଆସିଲେ ଗୁଜରାଟର ଅସଲ ବିକାଶ ହେବ ।

ଆଜି ମଲ୍ଲିକାର୍ଜୁନ ଖାଡଗେ ଗୁଜରାଟ ପାଇଁ ଦଳର ୮ଟି ସଙ୍କଳ୍ପ ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଗୁଜରାଟରେ କଂଗ୍ରେସ ସରକାର ଗଠନ କଲେ ନଗରିକଙ୍କୁ ୧୦ ଲକ୍ଷ ଯାଏଁ ମାଗଣା ସ୍ୱାସ୍ଥ୍ୟାସେବା ଯୋଗାଇ ଦିଆଯିବ। ଏଥିସହ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ଯାଏଁ ଋଣ ଛାଡ କରାଯିବ। ଶେଷ ହେବ ରାଜ୍ୟରେ ଥିବା ଠିକା ନିଯୁକ୍ତି। ଗୁଜରାଟର ପ୍ରତ୍ୟେକ ବେକାର ଯୁବକ ଯୁବତୀଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ଦିଆଯିବ।

ଖାଡଗେ ଆହୁରି କହିଛନ୍ତି, ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ୩ ହଜାର ସରକାରୀ ଇଂରାଜୀ ମିଡିୟମ ସ୍କୁଲ ଖୋଲାଯିବ। କୋ- ଅପରେଟିଭ ସୋସାଇଟରେ ଦୁଗ୍ଧଚାଷୀମାନଙ୍କୁ ଲିଟର ପ୍ରତି ୫ ଟଙ୍କା ସବସିଡ୍ ମଧ୍ୟ ଦିଆଯିବ। ସବୁଠାରୁ ବଡକଥା ଦଳ ଯଦି କ୍ଷମତାକୁ ଫେରେ ତେବେ କରୋନା ସଂକ୍ରମଣରେ ରାଜ୍ୟରେ ମୃତ୍ୟୁବରଣ କରିଥିବା ୩ ଲକ୍ଷ ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।

Leave A Reply

Your email address will not be published.