ନୂଆଦିଲ୍ଲୀ(ଆମ ଟିଭି): ଅଦିନିଆ ଆଦାନୀ ଝଡ଼ ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି କଂଗ୍ରେସ । ତେଣୁ ସରକାରଙ୍କ ନିରବତାକୁ ନେଇ କଂଗ୍ରେସ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ । ଏଲ୍ଆଇସି ଏବଂ ଏସବିଆଇ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ । ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ୧୦ ଲକ୍ଷ କୋଟି ଟଙ୍କା ହରାଇଲାଣି ।
ଆଦାନୀ ଗ୍ରୁପ ସେୟାର ଅଧିାରୁ ଅଧିକ ୫୮ ପ୍ରତିଶତ ହ୍ରାସ ପାଇଲାଣି । ଏହି ରିପୋର୍ଟ ପରେ ଭାରତୀୟ ଷ୍ଟକ ମାର୍କେଟ ମଧ୍ୟ ପ୍ରଭାବିତ ହୋଇଛି । ନିବେଶକମାନେ ଆଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାର ବିକ୍ରି କରୁଥିବାରୁ ଆଦାନିଙ୍କ ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି । ହିଣ୍ଡେନବର୍ଗର ସବୁ ଅଭିଯୋଗକୁ ଆଦାନୀ ଗ୍ରୁପ ଖଣ୍ଡନ କରିଥିଲେ ବି ନିବେଶକମାନଙ୍କ ଏହାର ପ୍ରଭାବ ପଡିନାହିଁ ।