ରାମ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ଦେବନି କଂଗ୍ରେସ

0

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସକବୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଉଛି । ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ ।

ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି କି, ଆମ ଦେଶର ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କର ପୂଜା କରିଥାନ୍ତି । ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର, ହେଲେ ଆରଏସଏସ ଓ ବିଜେପି ଅନେକ ବର୍ଷ ଧରି ଅଯୋଧ୍ୟାର ରାମ ମନ୍ଦିରକୁ ରାଜନୈତିକ ପ୍ରକଳ୍ପ ଭାବେ ବ୍ୟବହାର କରୁଛନ୍ତି । ବିଜେପି ଓ ଆରଏସଏସ ନେତମାନେ ଅଧା ନିର୍ମାଣ ହୋଇଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କେବଳ ନିର୍ବାଚନୀ ଲାଭ ପାଇଁ କରୁଥିବା ଜୟରାମ ରମେଶ କହିଛନ୍ତି ।

Leave A Reply

Your email address will not be published.