ଫେବୃଆରୀ ୧ରୁ କଂଗ୍ରେସ ଆରମ୍ଭ କରିବ ବସ୍ ଯାତ୍ରା

0

ଭୁବନେଶ୍ୱର: ଫେବୃଆରୀ ୧ରୁ କଂଗ୍ରେସ ଆରମ୍ଭ କରିବ ବସ୍ ଯାତ୍ରା । ଆସନ୍ତା କାଲି ପରିବର୍ତେ ଫେବୃଆରୀ ୧ତାରିଖରୁ ବସ୍ ଯାତ୍ରା ଆରମ୍ଭ କରିବାକୁ ଦଳ ପକ୍ଷରୁ ନିଷ୍ପତି ହୋଇଛି । ଫେବୃଆରୀ ୧ ତାରିଖ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହେବ ଏହି ବସ୍ ଯାତ୍ରା ।
ଏଥିରେ ରାଜ୍ୟ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର କାର୍ୟ୍ୟକ୍ରମ ରହିଛି । ଏଥିରେ ନେତା ମାନେ କଂଗ୍ରେସ ଦଳର ମହାନ କଥା ଲୋକଙ୍କ ପାଖରେ ପହଁଚାଇବେ ।

ଦେଶ ସ୍ୱାଧିନ ହେବା ପଛରେ ପ୍ରମୁଖ ଭୂମିକା ତୁଲାଇଥିଲା କଂଗ୍ରେସ । ରାଜ୍ୟର ଉନ୍ନତି ପାଇଁ ଦଳ ଅନେକ କାମ କରିଛି । ଏବେ ପୁଣିଥରେ ଓଡିଶାର ଦଳ କ୍ଷମତାକୁ ଫେରିବ ବୋଲି ଆଶାବାଦୀ ଅଛନ୍ତି କଂଗ୍ରେସ ନେତା।

Leave A Reply

Your email address will not be published.