୨୩ରେ ମଧ୍ୟପ୍ରଦେଶରେ ପ୍ରବେଶ କରିବ କଂଗ୍ରେସର “ଭାରତ ଯୋଡ଼ୋ ଯାତ୍ରା’

0

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଜାରି ରହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ୨୩ ତାରିଖ ସକାଳେ ମଧ୍ୟପ୍ରଦେଶରେ ପ୍ରବେଶ କରିବ। ତେବେ ୨୧ ଓ ୨୨ ତାରିଖରେ ଏହି ଯାତ୍ରା ସ୍ଥଗିତ ରହିବା ପରେ ୨୩ ତାରିଖରେ ମଧ୍ୟପ୍ରଦେଶକୁ ଯିବ ବୋଲି ଏଆଇସିସିର ସାଧାରଣ ସଂପାଦକ ଜୟରାମ ରମେଶ ରବିବାର ଦିନ ସୂଚନା ଦେଇଛନ୍ତି।

ପୂର୍ବ ଯୋଜନା ଅନୁଯାୟୀ, ଯାତ୍ରା ରବିବାର ଦିନ ମଧ୍ୟପ୍ରଦେଶରେ ପ୍ରବେଶ କରିଥାନ୍ତା ଏବଂ ବୁରହନପୁରରେ ରାତ୍ରି ରହଣି ହୋଇଥାନ୍ତା। ସେହିଭଳି ପୂର୍ବ ଯୋଜନା ଅନୁଯାୟୀ, ଆସନ୍ତା ସୋମବାର ଦିନ ଯାତ୍ରା ସ୍ଥଗିତ ରହିଥାନ୍ତା। ରାହୁଲ ଗାନ୍ଧି ସୋମବାର ଦିନ ଗୁଜରାଟକୁ ନିର୍ବାଚନ ପ୍ରଚାର ପାଇଁ ଯିବା କାର୍ୟ୍ୟକ୍ରମ ରହିଛି। ୨୩ ତାରିଖ ସକାଳ ୬ଟାରେ ବୁରହାନପୁର ଜିଲ୍ଲାର ବୋଦାର୍ଲିରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବ।

Leave A Reply

Your email address will not be published.