ଗ୍ରାହକଙ୍କୁ ପୁଣି ଝଟକା; ବଢିଲା ଅମୁଲ କ୍ଷୀର ଦାମ୍

0

ନୂଆଦିଲ୍ଲୀ (ଆମ ଟିଭି):  ସାଧାରଣ ଲୋକଙ୍କୁ ଶକ୍ତ ଝଟକା ଦେଇଛି ଅମୁଲ । ଏଣିକି କ୍ଷୀର ପିଇବା ଆହୁରି ମହଙ୍ଗା ହୋଇଯିବ । ମଦର ଡାଏରି ପରେ ଏବେ ଅମୁଲ ମଧ୍ୟ କ୍ଷୀର ପ୍ୟାକେଟର ଦାମ୍ ବଢ଼ାଇଛି । ଅମୁଲ ଏବେ ଦୁଗ୍ଧ ଲିଟର ପିଛା ୨ ଟଙ୍କା ବଢ଼ାଇ ଦେଇଛି । ଅମୁଲ କ୍ଷୀରର ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ଅମୁଲ କମ୍ପାନି ଅଧା ଲିଟର କ୍ଷୀର ପ୍ୟାକେଟର ଦାମ ମଧ୍ୟ ୧ଟଙ୍କା ବଢ଼ାଇ ଦେଇଛି ।

ଏହି ବର୍ଦ୍ଧିତ ଦର ଫୁଲ କ୍ରିମ, ଟୋନ୍‌ଡ, ଡବଲ ଟୋଣ୍ଡ, ଗାଇ ଦୁଗ୍ଧ ଭଳି ପାଉଚରେ ଲାଗୁହେବ । ସେପଟେ ମଦର ଡାଏରି ମଧ୍ୟ କ୍ଷୀର ଦାମ ବଢ଼ାଇ ଦେଇଛି । ମଦର ଡାଏରି କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । କମ୍ପାନି ଅଧିକାରୀଙ୍କ କହିବା ଅନୁସାରେ ଏପ୍ରିଲ ୩୦ ତାରିଖରୁ ଅର୍ଥାତ ଗତକାଲିଠୁ ସର୍ବଭାରତୀୟ ବଜାରରେ  ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି ।

Leave A Reply

Your email address will not be published.