ମହଙ୍ଗା ପଡ଼ିଲା ଅଦାଲତକୁ ଅବମାନନା: ୧୯୧ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

0

ନୂଆଦିଲ୍ଲୀ (ଆମ ଟିଭି): ମହଙ୍ଗା ପଡ଼ିଲା କୋର୍ଟକୁ ଅବମାନନା । ଓଡ଼ିଶାର ୧୯୧ ଜଣ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଏହି ଓକିଲମାନେ ଆନ୍ଦୋଳନ, ପିକେଟିଂ ଓ ପ୍ରତିବାଦରେ ସାମିଲ ହୋଇଥିଲେ। ଅଦାଲତ ଅବମାନନା ନୋଟିସ ସମ୍ବନ୍ଧିତ ଜିଲ୍ଲାର ଜିଲ୍ଲା ଜଜ୍ଙ୍କ ଜରିଆରେ ଜାରି କରାଯିବ।

ଅଦାଲତ ଅବମାନନା କରିଥିବା ଆଇନଜୀବୀମାନଙ୍କୁ ଆସନ୍ତାମାସ ୬ ତାରିଖରେ ବ୍ୟକ୍ତିଗତ ଭାବେ କିମ୍ବା ଆଡ୍ଭୋକେଟ ଅନ୍ ରେକର୍ଡଙ୍କ ଜରିଆରେ ସୁପ୍ରିମକୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ୨୦୨୨ ଡିସେମ୍ବର ୧୪ରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ଆଇନଜୀବୀମାନଙ୍କର ଆନ୍ଦୋଳନ ମାମଲାର ଶୁଣାଣି କରିଥିଲେ। ଏହି ଅବସରରେ ଆନ୍ଦୋଳନରେ ସାମିଲ ଆଇନଜୀବୀମାନଙ୍କ ବିରୋଧରେ ଏକାଧିକ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କୋର୍ଟଙ୍କ ଆଦେଶ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ ମାମଲା ଦାଏର କରାଯିବ ବୋଲି ମଧ୍ୟ କହିଥିଲେ।

Leave A Reply

Your email address will not be published.