ଲାଲୁଙ୍କ ପିଛା ଛାଡୁନି ବିବାଦ: ଲାଲୁ ଓ ତାଙ୍କ ପତ୍ନୀଙ୍କ ବିରୋଧର ଚାର୍ଜସିଟ୍ ଦାଖଲ କଲା CBI

0

ପାଟନା(ଆମ ଟିଭି): ଲାଲୁଙ୍କ ପିଛା ଛାଡୁନି ବିବାଦ। ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ବିବାଦରେ ରହିଥାନ୍ତି  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ତାଙ୍କ ପତ୍ନୀ ରାବଡୀ ଦେବୀଙ୍କ ସମେତ ମୋଟ ୩ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଛି ସିବିଆଇ । ଜମି ବଦଳରେ ଚାକିରି ଘୋଟାଲାରେ ମୋଟ ୧୬ ଜଣଙ୍କ ନାଁ ରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଯେଉଁଥିରେ ଲାଲୁ ପ୍ରସାଦ ଏବଂ ତାଙ୍କ ପତ୍ନୀ ରାବଡୀ ଦେବୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । କେବଳ ସେତିକି ନୁହେଁ ପରିବାରର ଅନ୍ୟ ସଦସ୍ୟଙ୍କୁ ବି ସ୍କାନରରେ ରଖିଛି ସିବିଆଇ ।

ଲାଲୁ ଏବଂ ରାବଡୀଙ୍କ ବ୍ୟତିତ ଝିଅ ସୀମା ଭାରତୀ ମଧ୍ୟ ଅଭିଯୁକ୍ତ ରହିଛନ୍ତି । ରେଲଓ୍ବେରେ ଘୋଟାଲା ମାମଲାରେ ୨୦୨୧ ଡିସେମ୍ବର ୨୩ରେ ପ୍ରଥମ ଥର ମାମଲା ରୁଜୁ କରାଯାଇଥିଲା । ୟୁପିଏ ସରକାର ସମୟରେ ରେଳ ମନ୍ତ୍ରୀ ଥିବାବେଳେ ୨୦୦୪ରୁ ୨୦୦୯ ମଧ୍ୟରେ ଏହି ଘୋଟାଲା ହୋଇଥିଲା । ଯେଉଁଥିରେ ଲାଲୁ ପ୍ରସାଦ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା ସିବିଆଇ ।

 

 

Leave A Reply

Your email address will not be published.