ବଢୁଛି କରୋନା ଭୟ: ଦେଶରେ xbb 1.5 ନୂଆ ଭାରିଆଣ୍ଟ ଚିହ୍ନଟ

0

ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ଉଗ୍ର ହେଉଛି କରୋନା । ନୂଆ ନୂଆ ରୂପରେ ସାମ୍ନାକୁ ଆସୁଛି। ଦେଶରେ ଏକ୍ସବିବି ୧.୫ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ବହୁତ ଥର କରୋନା ରୂପ ବଦଳାଇଲାଣି । ନୂଆ ଭ୍ୟାରିଆଣ୍ଟର ଲକ୍ଷଣ ଓ ଭୟାବହତା କେତେ ହେବ, ଜଣାପଡ଼ିନାହିଁ । ସେ ନେଇ ପରୀକ୍ଷା ଚାଲିଛି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ଜଣ କରୋନା ରୋଗୀ ଅଛନ୍ତି। ଆଗକୁ ସଂକ୍ରମଣ ବଢ଼ିପାରେ, କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ, ଲକ୍ଷଣ କ’ଣ, ତା’ର ତଥ୍ୟ ଆସିନାହିଁ ।

ଆଗାମୀ ୩୦ରୁ ୪୦ ଦିନ ସତର୍କ ରହିବା ଆବଶ୍ୟକ । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ମେଡିକାଲ୍ କଲେଜରେ ୨୦ଟି ଲେଖାଏଁ ବେଡ୍ ରହିଛି। ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ବେଡ୍ ମହଜୁଦ ଅଛି। ଆବଶ୍ୟକ ପଡ଼ିଲେ ବେଡ୍ ସଂଖ୍ୟା ବଢ଼ାଯିବ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.