ନୂଆଦିଲ୍ଲୀ (ଆମ ଟିଭି): ପୁଣି ମୁଣ୍ଡ ଟେକିଲାଣି କାରୋନା । ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ଏବେ ବି ଚିନ୍ତାର କାରଣ ପାଲଟିଛି । ଶୀତ ଋତୁ ଆରମ୍ଭ ହେବା ପରେ ଭାରତରେ କରୋନା ଭୂତାଣୁ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଛି । ଏହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ଥରେ ଚିନ୍ତା ଦେଖାଦେଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତରେ ଗୋଟିଏ ଦିନରେ ୧୪୮ ନୂଆ କରୋନା ଭାଇରସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଏହି ସୂଚନା ଦିଆଯାଇଛି। ସକାଳ ୮ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ନୂଆ ରୋଗୀଙ୍କ ସଂଖ୍ୟା ବଢ଼ିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୮୦୮କୁ ବୃଦ୍ଧି ପାଇଛି ।