ନୂଆଦିଲ୍ଲୀ (ଆମ ଟିଭି): କିଛି ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ୧୩୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛି । ୧୪୦ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୧୩୦୦ ଟପିବା ଚିନ୍ତାର କାରଣ ପାଲଟିଛି। ଏଥିସହ କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ରରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।
ସେପଟେ କେରଳର ସ୍ଥିତି ବେହାଲ ହେବାରେ ଲାଗିଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୧୭୨ଜଣ ରହିଛନ୍ତି । ୧୪ଟି ଜିଲ୍ଲାକୁ ହାଇଆଲର୍ଟ ରଖାଯାଇଛି । ସମସ୍ତ ସରକାରୀ ଓ ମେଡିକାଲ ହସପିଟାଲକୁ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ମହାରାଷ୍ଟ୍ର, ଦିଲ୍ଲୀ, ହିମାଚଳପ୍ରଦେଶ, କେରଳ, ତାମିଲନାଡୁ. ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ ୮ଟି ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଓ ଏହା ପଛରେ କୋଭିଡ ଏକ୍ସବିବି.୧.୧୬ ଭାରିଆଂଟ ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।